ରାତାରାତି ଟେଲିକମ୍ ଟାଓ୍ବାର ଗାଏବ !

ପଟନା :  ବିହାରରେ ବିଭିନ୍ନ ସମୟରେ ହେଉଥିବା ଅଦ୍ଭୁତ ଚୋରି ସଂପର୍କରେ ଆପଣ ଅବଗତ ଥିବେ । ଗତ ସପ୍ତାହରେ ଗୋଟିଏ ଟ୍ରେନ ଇଂଜିନକୁ ଚୋରି କରିନେଇଥିଲେ ଚୋର । ଏବେ ଆଉ ଏକ ଅଦ୍ଭୁତ ଚୋରି କଥା ଜଣାପଡ଼ିଛି । ଚୋରମାନେ ଗୋଟିଏ ଟେଲିକମ୍ ଟାଓ୍ବାରକୁ ହିଁ ଚୋରି କରିନେଇଛନ୍ତି ।

ଘଟଣାଟି ଘଟିଛି ବିହାର ରାଜଧାନୀ ପଟନାର ଗର୍ଦନିବାଗ ଥାନା ଅଂଚଳରେ । ମିଳିଥିବା ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ଲୋକ ଗୋଟିଏ ଟ୍ରକରେ ଗ୍ୟାସ କଟର ଓ ଅନ୍ୟ ଉପକରଣ ସହ ଆସି ଏକ ମୋବାଇଲ ଟାଓ୍ବାର ନିକଟରେ ପହଞ୍ଚି ତାହାକୁ ଖୋଲିବା ଆରମ୍ଭ କରିଦେଲେ । ଟାଓ୍ବାର ଥିବା ଜମିର ମାଲିକ ଯେତେବେଳେ ଏ ସଂପର୍କରେ ପଚାରିଲେ, ସେମାନେ ନିଜକୁ ଟାଓ୍ବାର କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେଲେ । ଏହା ପରେ ସେମାନେ ଟାଓ୍ବାରକୁ ଖୋଲି ଟ୍ରକରେ ଲୋଡ କରି ପଳାଇଯାଇଥିଲେ ।

ଏହି ଚୋରି ସମ୍ପର୍କରେ ଗତ ଶନିବାରଦିନ ଜଣାପଡ଼ିଥିଲା ଯେତେବେଳେ ଟେଲିକମ କମ୍ପାନିର ଲୋକମାନେ ଟାଓ୍ବାର ପରିଦର୍ଶନରେ ଆସିଲେ । ସଂପୂର୍ଣ୍ଣ ଟାଓ୍ବାରଟି ଗାଏବ ହୋଇଯାଇଥିବା ଦେଖି ସେମାନେ ତାଜୁବ ହୋଇଗଲେ । କମ୍ପାନି ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର