ମଧ୍ୟପ୍ରଦେଶରେ ବିଜେପିକୁ ଝଟ୍‌କା

୨ ବିଜେପି ବିଧାୟକ କଂଗ୍ରେସକୁ ସମର୍ଥନ କଲେ

ଭୋପାଳ: ମଧ୍ୟପ୍ର‌‌ଦେଶରେ ବିଜେପିକୁ  ଶକ୍ତ ଝଟ୍‌କା ଲାଗିଛି। ରାଜ୍ୟରେ ୨ ଜଣ ବିଜେପି ବିଧାୟକ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ୍‌  ବିଧାନସଭାରେ ଅପରାଧିକ ଆଇନ (ମଧ୍ୟପ୍ରଦେଶ ସଂଶୋଧନ) ବିଲ୍‌ ୨୦୧୯ ପାଇଁ ଭୋଟ୍‌ ଗ୍ରହଣ ସମୟ‌ରେ କଂଗ୍ରେସ ସରକାରକୁ ସମର୍ଥନ କରିଥିଲେ। ଉଭୟ ବିଜେପି ବିଧାୟକ କହିଛନ୍ତି, ସେମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଚାହୁଥିବାରୁ କମଳନାଥ ସରକାରକୁ ସମର୍ଥନ କରିଛନ୍ତି। ଏହି ବିଲ୍‌ ଉପରେ ଭୋଟ୍‌ ଗ୍ରହଣ ସମୟରେ ୧୨୨ ବିଧାୟକ କଂଗ୍ରେସ ସରକାର ସପକ୍ଷରେ ଭୋଟ୍‌ ଦେଇଥିଲେ। ୨୩୦ ଆସନ ବିଶିଷ୍ଟ ଗୃହରେ ଶାସକ କଂଗ୍ରେସ ପାଇଁ ୧୨୧ ବିଧାୟକଙ୍କ ସମର୍ଥନ ଅଛି। କଂଗ୍ରେସର ୧୨୦ ବିଧାୟକଙ୍କ ବାଦ୍‌ ବିଜେପିର ୨ ଜଣ ବିଧାୟକ କଂଗ୍ରେସ ସରକାରଙ୍କୁ ସମର୍ଥନ କରିଛନ୍ତି। ପ‌ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଉଭୟ ତ୍ରିପାଠୀ ଏବଂ କୋଲ୍‌ କହିଛନ୍ତି ଯେ ସେମାନେ କମଳନାଥ ସରକାରକୁ ସମର୍ଥନ କରିବା ପଛରେ କେବଳ ନିଜ ଅଂଚଳ ପାଇଁ ବିକାଶ ଏଜେଣ୍ଡା ରହିଛି। ତେବେ ଏହି ୨ ବିଧା‌ୟକ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ବିଜେପି ନେତାଙ୍କ ବୟାନ

ସମ୍ବନ୍ଧିତ ଖବର