ଆଇପିଏସ୍  ଅଧିକାରୀ ଆତ୍ମହତ୍ୟା ମାମଲା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେପି ନେତା ମୁକୁଲ୍ ରାୟ

କୋଲକାତା : ପଶ୍ଚିମବଙ୍ଗର ଜଣେ ବରିଷ୍ଠ  ଆଇପିଏସ୍  ଅଧିକାରୀ ଗୌରବ ଦତ୍ତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗର ରାଜନୀତିରେ ଆରୋପପ୍ରତ୍ୟାରୋପ ଜାରି ରହିଛି । ଏହି ମାମଲାରେ ଦତ୍ତଙ୍କ ପତ୍ନୀଙ୍କ ସହ ବିଜେପି ନେତା ମୁକୁଲ୍ ରାୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

୧୯୮୬ ବ୍ୟାଚର  ଆଇପିଏସ୍ ଅଧିକାରୀ ଦତ୍ତ ଫେବୃଆରି ୧୯ ତାରିଖରେ ଆତ୍ମହତ୍ୟା କରିଥିଲେ । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ତାଙ୍କର  ସୁସାଇଡ୍ ନୋଟରେ ସେ  ତାଙ୍କର ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କହିଛନ୍ତି । ଦତ୍ତ ମମତାଙ୍କୁ ‘କମ୍ପଲସରି ୱେଟିଙ୍ଗ୍’ରେ ରଖିଥିଲେ ଏବଂ  ୩୧ ଡିସେମ୍ବର ୨୦୧୮ରେ ଅବସର ପାଇବା ପରେ ତାଙ୍କ ଅବସର ରାଶିକୁ ରୋକି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇ ଥିଲେ ।

 

Mukul Roy

ସୂଚନାଯୋଗ୍ୟ କି କମ୍ପଲସରି  ୱେଟିଙ୍ଗ୍ ହେଉଛି ଏକ ଦଣ୍ଡାତ୍ମକ ଆଇନ୍, ଯେଉଁଥିରେ ଜଣେ  ଅଧିକାରୀଙ୍କୁ କୌଣସି ସ୍ଥାନରେ ପୋଷ୍ଟିଙ୍ଗ୍ ଦିଆଯାଏ ନାହିଁ । ଗତ ମଙ୍ଗଳବାର  ଦତ୍ତଙ୍କ ପତ୍ନୀ ଯେତେବେଳେ ସଲ୍ଟଲେକ୍ ସ୍ଥିତ ନିଜ ଘରେ ପହଞ୍ଚି ଥିଲେ ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦତ୍ତଙ୍କୁ ଚଟାଣରେ  ପଡ଼ିଥିବା ଦେଖିବାକୁ ପାଇଥିଲେ । ଗୌରବ ଦତ୍ତ ନିଜ ହାତ କାଟି ଦେଇଥିଲେ ଯାହା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ସେ ବଞ୍ଚି ପାରି ନଥିଲେ ।

ଏହି ମାମଲାରେ ବିଜେପି ନେତା ମୁକୁଲ୍ ରାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଆରୋପରେ ଗିରଫ କରାଯିବା ଏବଂ ଏ ନେଇ ସିବିଆଇ ଯାଞ୍ଚ୍ କରାଯିବା ଲାଗି ଦାବି କରିଥିଲେ । ସେ କହିଥିଲେ, ପଶ୍ଚିମବଙ୍ଗର ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା କଲେ ଏବଂ ରାଜ୍ୟ ସରକାରଙ୍କୁ ନିଜ ଆତ୍ମହତ୍ୟା ପାଇଁ ଦାୟୀ କଲେ ।

ସମ୍ବନ୍ଧିତ ଖବର