ତିନି ବନ୍ଧୁକଧାରୀଙ୍କ ଗୁଳିଚୋଟରେ ମହାରାଷ୍ଟ୍ରର ଜଲ୍‌ଗାଓଁରେ ବିଜେପି ନେତା ରବୀନ୍ଦ୍ର ଖରାତ ଏବଂ ଅନ୍ୟ ଚାରିଜଣ ନିହତ

ନୂଆଦିଲ୍ଲୀ: ରବିବାର ରାତିରେ ମହାରାଷ୍ଟ୍ରର ଜଲ୍‌ଗାଓଁ ଜିଲ୍ଲାରେ ତିନିଜଣ ବନ୍ଧୁକଧାରୀଙ୍କ ଗୁଳି ଚୋଟରେ ଭାରତୀୟ ଜନତା ପାର୍ଟିର ଜଣେ ସ୍ଥାନୀୟ ନେତା ଏବଂ ତାଙ୍କର ପରିବାରର ଚାରିଜଣ ସଦସ୍ୟ ନିହତ ହୋଇଛନ୍ତି। ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି।

ନିହତ ୫୫ ବର୍ଷିୟ ବିଜେପି ନେତା ରବୀନ୍ଦ୍ର ଖରାତ ସପରିବାର ନିଜ ଘରେ ଥିବା ସମୟରେ ଘଟଣାଟି ଘଟିଥିବା କଥା ପୁଲିସ କହିଛି।

ଏସ୍‌ପି ପଞ୍ଜାବରାଓ ଉଗ୍‌ଲେ କହିଛନ୍ତି: କେତେକ ଅଜ୍ଞାତ ବ୍ୟକ୍ତି ବିଜେପି ନେତା ରବୀନ୍ଦ୍ର ଖରାତ୍‌, ତାଙ୍କ ଭାଇ ସୁନୀଲ, ପୁଅ ରୋହିତ ଏବଂ ପ୍ରେମ ସାଗର ଏବଂ ବନ୍ଧୁ ସୁମିତ ଫେଡ୍ରେଙ୍କୁ ଭୁସଓ୍ଵାଲ୍‌ ସହରସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ହତ୍ୟା କରିଛନ୍ତି।

Image Source: India Today

ଘଟଣାଟି ରାତି ୯:୩୦ରେ ଘଟିଛି। ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରେ ମରିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଆହତ ଅବସ୍ଥାରେ ନିକଟରେ ଥିବା ଡାକ୍ତରଖାନାକୁ ନିଆଯିବା ବାଟରେ ମରିଯାଇଥିଲେ। ପୁଲିସ କହିବା ଅନୁସାରେ, ଆତତାୟୀମାନେ ବନ୍ଧୁକ ଏବଂ ଛୁରି ଦ୍ୱାରା ଆକ୍ରମଣ କରି ଘଟଣାସ୍ଥଳରୁ ଖସି ପଳାଇଥିଲେ।

ଉଗ୍‌ଲେ କହିଛନ୍ତି: ଏହା ବ୍ୟକ୍ତିଗତ ବିବାଦ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ଘଟଣାରେ ଆମେ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛୁ। ଅଭିଯୁକ୍ତମାନେ ବି କେତେକାଂଶରେ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର