ଅରୁଣାଚଳରେ ଭାରତୀୟ ସୀମା ଭିତରେ ଚୀନ୍‌ କାଠ ପୋଲ ତିଆରି କରିଥିବା ନେଇ ବିଜେପି ସାଂସଦଙ୍କ ଦାବିକୁ ଖଣ୍ଡନ କଲା ଭାରତୀୟ ସେନା

ଗୌହାଟୀ : ଅରୁଣାଚଳପ୍ରଦେଶର ବିଜେପି ସାଂସଦ ବୁଧବାର ଦେଇଥିବା ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ଚୀନ୍‌ର ସେନା ଅରୁଣାଚଳପ୍ରଦେଶ ସୀମା ମଧ୍ୟରେ ପଶି ଏକ କାଠ ପୋଲ ତିଆରି କରିଥିବା ନେଇ ବିଜେପି ସାଂସଦ କହିବା ପରେ ଏବେ ସେ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ତେବେ ସାଂସଦଙ୍କ ଏଭଳି ଦାବିକୁ ଅସ୍ୱୀକାର କରିଛି ଭାରତୀୟ ସେନା ।

ଅରୁଣାଚଳପ୍ରଦେଶର ଅରୁଣାଚଳ(ପୂର୍ବ) ଲୋକସଭା ସାଂସଦ ତଥା ରାଜ୍ୟର ବିଜେପି ଅଧ୍ୟକ୍ଷ ତପିର ଗାଓଙ୍କ କହିବା ଅନୁଯାୟୀ, ଚଗଲଗାମ୍‌ଠାରୁ ୨୫କିଲୋମିଟର ଦୂରରେ ଏକ ନଦୀ ରହିଛି, ଯେଉଁଠି ଏହି କାଠ ତିଆରି ପୋଲ ନିର୍ମାଣ କରାଯାଇଛି । ଜଣେ ସ୍ଥାନୀୟ ଯୁବକ ସେଠାକୁ ମାଛ ଧରିବାକୁ ଯାଇଥିବା ବେଳେ ତାହାର ଭିଡିଓ ତିଆରି କରି ମୋତେ ପଠାଇଥିଲେ । ସେହି ଅଞ୍ଚଳର ପ୍ରତିନିଧି ହିସାବରେ ମୁଁ ଏହାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚିନ୍ତା କରିଥିଲି ବୋଲି ବୁଧବାର କରିଥିଲେ ତାପିର । ଏହା ସହ ଚୀନ୍ ସେନା ଭାରତୀୟ ସୀମାକୁ ମଧ୍ୟ ପ୍ରବେଶ କରିଥିବା ନେଇ ଦାବି କରିଛନ୍ତି ତାପିର ।

Image result for /bjp-mp-says-pla-chinese-soldiers-built-bridge-in-arunachal-army-denies
Scroll.in

ତେବେ ତାପିରଙ୍କ ଏଭଳି ଦାବିକୁ ଖଣ୍ଡନ କରି କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି କି, ଯେଉଁ ଅଞ୍ଚଳ ବିଷୟରେ ତାପିର ଗାଓ କହୁଛନ୍ତି, ସେହି ଅଞ୍ଚଳକୁ ଫିଶ୍‌ ଟେଲ ବୋଲି କୁହାଯାଏ । ସେଠାକୁ ଦୁଇ ଦେଶର ଲୋକେ ଭିନ୍ନ ଭିନ୍ନ କାରଣ ପାଇଁ ଯାଇଥାନ୍ତି । କିଛି ମାଛ ମାରିବା ଉଦ୍ଦେଶ୍ୟରେ ତ କିଛି ଜଡ଼ିବୁଟି ଆଣିବା ଉଦ୍ଦେଶ୍ୟରେ ସେଠାକୁ ଯାଇଥାନ୍ତି । କିନ୍ତୁ ଚୀନ୍‌ ସେନା ବା ଚୀନ୍‌ ନାଗରିକଙ୍କ ସେଠାରେ ସ୍ଥାୟୀ ଉପସ୍ଥିତି ନାହିଁ । କାରଣ ଆମର ଯବାନମାନେ ସେହି ଅଞ୍ଚଳରେ କଡ଼ା ନଜର ରଖିଛନ୍ତି । ବର୍ଷାଦିନେ ସେଠରେ ଥିବା ନଦୀରେ ଜଳସ୍ତର ବଢ଼ିଯିବା ହେତୁ ଯିବା ଆସିବା ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥାଏ ।

ସମ୍ବନ୍ଧିତ ଖବର