ଉତ୍ତରପ୍ରଦେଶରେ ବିଜେପି କ୍ଷମତାକୁ ଫେରିବ, କିନ୍ତୁ ଆସନ ସଂଖ୍ୟା କମିବ : ଟାଇମ୍ସ ନାଓ ସର୍ଭେ

ନୂଆଦିଲ୍ଲୀ : ଆଉ ଦୁଇଦିନ ପରେ ଅର୍ଥାତ ୧୦ ତାରିଖରେ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ତେବେ ଏହି ରାଜ୍ୟରେ କିଏ ବିଜୟୀ ହେବ ତାହାକୁ ନେଇ ସାରାଦେଶରେ ଉତ୍ସୁକତା ପ୍ରକାଶ ପାଇଛି ।

ଆଜି ଟାଇମ୍ସ ନାଓ –ଭେଟୋ ପକ୍ଷରୁ ପ୍ରକାଶିତ ମତାମତ ସର୍ଭେ ବା ଓପିନିଅନ ପୋଲରେ ବିଜେପି ବିଜୟୀ ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଗତଥର ତୁଳନାରେ ଏଥର ବିଜେପିର ଆସନ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି । ଗତ ଥର ବିଜେପି ୩୨୦ଟି ଆସନରେ ବିଜୟୀ ହୋଇ ବିପୁଳ ବିଜୟ ହାସଲ କରିଥିବାବେଳେ ଏଥର ୨୨୨ରୁ ୨୩୪ଟି ଆସନ ପାଇବା ଅନୁମାନ କରାଯାଉଛି ।

ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ଓ ସହଯୋଗୀ ଦଳମାନେ ୧୩୮ରୁ ୧୬୦ଟି ଆସନ ପାଇବେ ବୋଲି ପୂର୍ବାନୁମାନ କରାଯାଇଛି । ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ୧୧ରୁ ୧୬ଟି ଆସନ ଓ କଂଗ୍ରେସ ମାତ୍ର ୨ରୁ ୬ଟି ଆସନ ଜିତିବାର ସମ୍ଭାବନା ରହିଛି ।

ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପି ୫୦ରୁ ୫୧ଟି ଆସନ, ମଧ୍ୟ ଉତ୍ତରପ୍ରଦେଶରେ ୨୦ରୁ୨୧ଟି ଆସନ, ଅଓ୍ବଧ ଅଂଚଳରେ ୬୧ରୁ ୬୪ଟି ଆସନ ପାଇବାର ସମ୍ଭାବନା ରହିଛି ।

ଏହି ନିର୍ବାଚନରେ ବିଜେପିକୁ ୪୨ ପ୍ରତିଶତ ଭୋଟ ଭାଗ ଓ ସପା ମେଣ୍ଟ ୩୬ ପ୍ରତିଶତ ଭୋଟ ଭାଗ ପାଇବ ।

ସମ୍ବନ୍ଧିତ ଖବର