ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୩ ଶ୍ରମିକ ଗୁରୁତର

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟରେ ଶନିବାର ରାତିରେ ବିସ୍ଫୋରଣ ଘଟିଛି। ଉକ୍ତ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ସେଠାକାର ପୁଲିସ କହିଛି। ଉକ୍ତ ପ୍ଲାଣ୍ଟର ୧୧ ନମ୍ବର ତାର ଟ୍ୟାଙ୍କରେ ତ୍ରୁଟି ଦେଖାଦେଇଥିଲା। ଫଳରେ ସେଠାରେ ମରାମତି କାର୍ଯ୍ୟ ଚାଲିଥିଲା।

୩ ଶ୍ରମିକ ଉକ୍ତ ମରାମତି କାର୍ଯ୍ୟରେ ସାମିଲ ଥିଲେ। ହଠାତ୍‌ ବିସ୍ଫୋରଣ ହେବାରୁ ୩ ଶ୍ରମିକ ଗୁରୁତର ହୋଇଥିବାବେଳେ ଜଣଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ଜି.ନଗେଶ ବୋଲି ଜଣାପଡ଼ିଛି। ତାଙ୍କ ଅବସ୍ଥା ସାଂଘାତିକ ରହିଛି ବୋଲି ବିଶାଖାପାଟଣା ପୁଲିସ କହିଛି। ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର