ଭିକାରୀଙ୍କୁ ବି କାମ କରିବାକୁ ପଡିବ, ରାଜ୍ୟ ସବୁ କିଛି ଦେଇପାରିବ ନାହିଁ: ହାଇକୋର୍ଟ

ମୁମ୍ବାଇ: ଭିକାରୀମାନଙ୍କୁ ବି କିଛି କାମ କରିବାକୁ ପଡିବ | ରାଜ୍ୟ ସରକାର ସେମାନଙ୍କୁ ସବୁ କିଛି ଦେଇପାରିବେ ନାହିଁ | କିଛି ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ | କୋର୍ଟ କହିଛନ୍ତି ଯେ ଭିକାରୀମାନଙ୍କୁ ଦେଶ ପାଇଁ କିଛି କାମ କରିବାକୁ ପଡିବ | ରାଜ୍ୟ ସେମାନଙ୍କୁ ସବୁକିଛି ଯୋଗାଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ସୂଚନା ଅନୁଯାୟୀ, ବ୍ରିଜେଶ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି ଭିକାରୀ ସ୍ୱାର୍ଥ ଉଦ୍ଦେଶ୍ୟରେ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ଆବେଦନରେ ଗୃହହୀନ ଲୋକଙ୍କୁ ଦିନକୁ ୩ ଥର ଖାଦ୍ୟ, ପାନୀୟ ଜଳ, ରହିବା ଏବଂ ସ୍ଵଛ ଶୌଚାଳୟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ।

ଏହି ଅଜବ ଦାବି ଉପରେ ହାଇକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଆବେଦନକାରୀଙ୍କୁ ପ୍ରଶ୍ନ କରି କୋର୍ଟ କହିଛନ୍ତି, ‘ଯଦି ଆବେଦନରେ ଦିଆଯାଇଥିବା ସମସ୍ତ ଅନୁରୋଧ ଗ୍ରହଣ କରାଯାଏ, ତେବେ ଏହା ଲୋକଙ୍କୁ କାମ ନକରିବାକୁ ନିମନ୍ତ୍ରଣ କରିବା ପରି ହେବ।’ ସହରରେ ସର୍ବସାଧାରଣ ଶୌଚାଳୟ ଅଛି ବୋଲି କୋର୍ଟ କହିଛନ୍ତି। ଯେଉଁଠାରେ ସେମାନଙ୍କ ବ୍ୟବହାର ପାଇଁ ନାମକୁ ମାତ୍ର ଶୁଳ୍କ ଆଦାୟ କରାଯାଏ | ବମ୍ବେ ହାଇକୋର୍ଟ କହିଛନ୍ତି, ‘ସେମାନେ (ଭିକାରୀ, ଗୃହହୀନ ବ୍ୟକ୍ତି) ମଧ୍ୟ ଦେଶ ପାଇଁ କିଛି କାମ କରିବା ଉଚିତ୍। ସମସ୍ତେ କାମ କରୁଛନ୍ତି |

ସବୁକିଛି ରାଜ୍ୟ ନିଜେ ଦେଇପାରିବ ନାହିଁ | ଅନ୍ୟପଟେ ବିଏମସି(ଵୃହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ) କହିଛି ଯେ ବିଭିନ୍ନ ଏନଜିଓ ସହାୟତାରେ ଏଭଳି ଲୋକଙ୍କୁ ମାଗଣାରେ ଖାଦ୍ୟ ଓ ମହିଳାଙ୍କୁ ସାନିଟାରୀ ନାପକିନ ଦିଯାଉଛି | ବିଏମସିର ଏହି ଯୁକ୍ତିକୁ କୋର୍ଟ ଯଥେଷ୍ଟ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ ବିଏମସି ସାମାଜିକ କଲ୍ୟାଣ ଦିଗରେ କାର୍ଯ୍ୟ କରିସାରିଛି। ତେଣୁ, ଏ ବାବଦରେ କୌଣସି ନୂଆ ଆଦେଶ ଦେବା ଆବଶ୍ୟକ ନାହିଁ |

ସମ୍ବନ୍ଧିତ ଖବର