ରାଫେଲ ରାଜିନାମା ଯାଞ୍ଚ ପାଇଁ ମିଳିତ ସଂସଦୀୟ ପ୍ୟାନେଲ୍ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କଲା କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ ରାଜିନାମାର ତଦନ୍ତ ପାଇଁ ଫ୍ରାନ୍ସ ବଡ ପଦକ୍ଷପ ନେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ସଂସଦୀୟ ପ୍ୟାନେଲ୍ ଗଠନ କରିବାକୁ ନିବେଦନ କରିଛି କଂଗ୍ରେସ |

କିଛି ସମୟ ତଳେ ଖବର ଆସିଥିଲା ଯେ, ‘ଡାସୋ’ ନିର୍ମିତ ୩୬ଟି ଲଢୁଆ ବିମାନ ଖରିଦ କରିବା ଲାଗି ୨୦୧୬ରେ ଭାରତ ସହ ହୋଇଥିବା ରାଫେଲ୍‌ ରାଜିନାମାରେ ‘ଦୁର୍ନୀତି ଏବଂ ପକ୍ଷପାତ’ ହୋଇଛି ବୋଲି ଉଠିଥିବା ଅଭିଯୋଗର ତଦନ୍ତ ଲାଗି ଫ୍ରାନ୍‌ସ୍‌ ତଦନ୍ତ ଆରମ୍ଭ କରିଛି। ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୫୯,୦୦୦ କୋଟି ଟଙ୍କାର ଏହି ଚୁକ୍ତିର ବିଚାର ବିଭାଗୀୟ ତଦନ୍ତର ନେତୃତ୍ବ ନେବା ଲାଗି ଜଣେ ଫରାସୀ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି।

French judge to probe alleged corruption in Rafale deal: Report | Latest News India - Hindustan Times
Hindustan Times

 

ଫ୍ରାନ୍ସର ଏଭଳି ପଦକ୍ଷପ ପରେ ସଂସଦୀୟ ପ୍ୟାନେଲ୍ ଗଠନ କରିବାକୁ ନିବେଦନ କରିବାକୁ କହିବା ସହ ଯୁଦ୍ଧ ବିମାନ କ୍ରୟରେ ହୋଇଥିବା ଦୁର୍ନୀତି ବିଷୟରେ ଜାଣିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ ବୋଲି କହିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, “ରାଫେଲ ଚୁକ୍ତିରେ ହୋଇଥିବା ଦୁର୍ନୀତି ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଫ୍ରାନ୍ସ ସରକାର ତଦନ୍ତ ନିର୍ଦେଶ ଦେବା ପରେ କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀଙ୍କ କଥା ଆଜି ସତ ପ୍ରମାଣିତ ହୋଇଛି। ଯେହେତୁ ଏହି ମାମଲା ଜାତୀୟ ସୁରକ୍ଷା ଏବଂ ପରିଚୟ ସହିତ ଜଡିତ, ସେଥିପାଇଁ ସୁପ୍ରିମକୋର୍ଟ ନୁହନ୍ତି, ଏକ ନିରପେକ୍ଷ ମିଳିତ ସଂସଦୀୟ ପ୍ୟାନେଲ୍ ଯାଞ୍ଚ ହେଉଛି ଏହାର ଏକମାତ୍ର ଉପାୟ।

ସମ୍ବନ୍ଧିତ ଖବର