ଆଗାମୀ ଉପନିର୍ବାଚନରେ ବିଏସପି କର୍ମୀ ସକ୍ରିୟ ହେବେ ନାହିଁ- ମାୟାବତୀ

ଲକ୍ଷ୍ମେ୍ନା: ସମାଜବାଦୀପାର୍ଟିକୁ ବହୁଜନ ସମାଜ ପାର୍ଟି ଏକ ବଡ଼ ଝଟକା ଦେଇଛି।  ଉତ୍ତରପ୍ରଦେଶେରେ ସମ୍ମାନଜନକ ଗୋରଖପୁର ଓ ଫୁଲପୁର ସଂସଦୀୟ ଆସନରେ ସମାଜବାଦୀ ପାର୍ଟି ଶାସକ ଭାରତୀୟ ଜନତା ପାର୍ଟିକୁ ବିଏସପି ସହଯୋଗରେ ଝଟକା ଦେଇ  ସେହି ଦୁଇଟି ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜୟୀ ହୋଇଥିଲା। ମାତ୍ର ଏହାର ସପ୍ତାହକ ପରେ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଏସପି ତାର ବଳକା ବିଧାୟକଙ୍କୁ ବିଏସପି ପ୍ରାର୍ଥୀଙ୍କ ବିଜୟ ପାଇଁ ଏକଜୁଟ୍‌ କରି ନ ପରିବାରୁ ବିଏସପି ପ୍ରାର୍ଥୀ ଭୀମରାଓ ଆମ୍ବେଦକରଙ୍କର ପରାଜୟ ହୋଇଥିଲା। ଏଥିରେ ମର୍ମାହତ ବହୁଜନ ସମାଜପାର୍ଟିର  ଅଧ୍ୟକ୍ଷା ମାୟାବତୀ ଆଗାମୀ କୌଣସି  ଉପନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟିର କର୍ମକର୍ତ୍ତା  ସକ୍ରୀୟ ଅଂଶ ଗ୍ରହଣ କରିବେ ନାର୍ହିଁ ବୋଲି ସୋମବାର ଦିନ ଘୋଷଣା କରିଛନ୍ତି ।ମାୟାବତୀଙ୍କଏହି ଘୋଷଣା  ସ୍ପଷ୍ଟ କରିଛି ଯେ ୨୦୧୯ ଲୋକସଭା ନିର୍ବଚନ ପୂର୍ବରୁ  ଉତ୍ତରପ୍ରଦେଶର  ଗୋଟିଏ ସଂସଦୀୟ ଆସନ ଓ ଗୋଟଏ ବିଧାନ ସଭା ଆସନ ପାଇଁ ଆଗାମୀ ମାସରେ ଯେଉଁ ଉପ ନିର୍ବାଚନ ହେବାକୁ ଯାଉଛି, ସେଠାରେ ସମାଜବାଦୀ ପାର୍ଟିକୁ ଏକାକୀ ଭାରତୀୟ ଜନତା ପାର୍ଟିକୁ ମୁକାବିଲା କରିବାକୁ ପଡ଼ିବ।

ବିଏସପି ନେତ୍ରୀ ମାୟାବତୀ ଦଳର ଜିଲ୍ଲା ଓ ଜୋନସ୍ତରୀୟ ନେତାଙ୍କ ସହିତ ଆଲୋଚନା କରିବା ପରେ ଦଳ ପକ୍ଷରୁ ଯେଉଁ ବିବୃତିି ଗଣମାଧ୍ୟମକୁ ଦିଆଯାଇଛି ସେଥିରେ କୁହାଯାଇଛି  ଯେ  ଗୋରଖପୁର ଓ ଫୁଲପୁର  ଉପନିର୍ବାଚନ ପରି ଏହାର କର୍ମୀମାନେ ଆଗାମୀ କୌଣସି ଉପନିର୍ବାଚନରେ ଏତେ ସକ୍ରୀୟ ହେବେ ନାହିଁ। ରାଜ୍ୟସଭା ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ପରାଜୟରେ ବେଶ ଅସନ୍ତୁଷ୍ଟ ମାୟାବତୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ  ଅପରିପକ୍ୱ ବୋଲି କହିଛନ୍ତି। ସେ ତାଙ୍କ ସ୍ଥାନରେ ଥିଲେ , ପ୍ରଥମେ ସହଯୋଗୀ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ ଉଦ୍ୟମ କରିଥାନ୍ତେ ବୋଲି ମାୟ୍ରାବେତୀ କହିଛନ୍ତି।

ତେବେ ଆଗାମୀ ଦିନରେ ବିଜେପିକୁ ରୋକିବା ପାଇଁ ବିଏସପି ଓ ଏସପି ଏକତ୍ର କାମ କରବା ଉପରେ ଗୁରୁତ୍ୱ ଦେଉଥିବା ମାୟବତୀ ତାଙ୍କ ଦଳର ରାଜ୍ୟସଭା ପ୍ରାର୍ଥୀଙ୍କ ପରାଜୟ ପାଇଁ ଆରଏଲଡି ପାର୍ଟିକୁ ମଧ୍ୟ ଦାୟୀ କରିଛି। ଆରଏଲଡି ବିଧାୟମଙ୍କ ଭୋଟ୍‌ ନାକଚ ହେବା ପରେ ବିଜେପି ପ୍ରାର୍ଥୀଭ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଜାଣିଶୁଣି ଆରଏଲଡି ବିଧାୟକ ଭୂଲ ଭୋଟ୍‌ ଦେଇ ୍କ ନିଜ ଭୋଟକୁ ନାକଚ କରିଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର