ପାର୍ଲାମେଣ୍ଟ ବଜେଟ୍‌ ଅଧିବେଶନ : କଂଗ୍ରେସ ସମେତ ୧୬ ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସନ୍ତାକାଲିଠାରୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି ୧୬ଟି ବିରୋଧୀ ଦଳ। କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମସି), ଶିବସେନା, ଅକାଳୀ ଦଳ, ଆମ୍ ଆଦମୀ ପାର୍ଟି (ଆପ), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସମେତ ୧୬ଟି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଏ ନେଇ ସମସ୍ତ ପକ୍ଷଙ୍କ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି।

16 Opposition parties to boycott President's budget speech tomorrow in support of farmers - India News
India Today

କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଆସନ୍ତାକାଲି ସଂସଦରେ ଦିଆଯିବାକୁ ଥିବା ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୬ଟି ଦଳ ବର୍ଜନ କରିବେ। ତିନୋଟି କୃଷି ଆଇନ ବାଧ୍ୟତାମୂଳକ ଭାବେ ଏବଂ ବିରୋଧୀଙ୍କ ସହ ଆଲୋଚନା ନ କରି ପାରିତ କରାଯାଇଥିବା କାରଣରୁ ଆମେ ଏହି ନିଷ୍ପତ୍ତି ନେଇଛୁ। ୧୬ଟି ଦଳ ମଧ୍ୟରେ କଂଗ୍ରେସ ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି), ନ୍ୟାସନାଲ କନଫରେନ୍ସ (ଏନସି), ଡିଏମକେ, ତୃଣମୂଳ କଂଗ୍ରେସ (ଟିଏମସି), ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ(ଏମ), ଆଇଜେଏମଏଲ, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଏବଂ ଏଆଇୟୁଡିଏଫ ରହିଛନ୍ତି । ଏହା ବ୍ୟତୀତ ଅକାଳୀ ଦଳ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବ।

ସମ୍ବନ୍ଧିତ ଖବର