କୋଠା ଭୁଶୁଡ଼ି ୪ମୃତ,୨୦ ଆହତ

ଲୁଧିଆନା ପ୍ଲାଷ୍ଟିକ୍‌ କାରଖାନାରେ ନିଆଁ

ଲୁଧିଆନା: ସୋମବାର ଲୁଧିଆନାର ସୋଫିଆନା ଛକ ନିକଟ ଶିଳ୍ପାଞ୍ଚଳ ସ୍ଥିତ ଏମରସନ ପଲିମର ନାମକ ଏକ ପ୍ଲାଷ୍ଟିକ କମ୍ପାନି ଜଳିଯାଇଛି। କମ୍ପାନିର ୪ମହଲା ବିଶିଷ୍ଠ କୋଠାଘର ନିଆଁଲାଗି ଭୁଶୁଡ଼ିପଡ଼ିବା ଫଳରେ ଜଣେ ଅଗ୍ନିଶମ ବିଭାଗ କର୍ମଚାରୀ ସମେତ ୪ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଏହି ଅଘଟଣରେ ଆହୁରି ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।
ଆଜି ସକାଳ ୮ଟାରେ କୌଣସି କାରଣରୁ ଏହି କମ୍ପାନି କୋଠାର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡର ସୂତ୍ରପାତ ହୋଇଥିଲା।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସମୟରେ କୋଠାଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ଭଗ୍ନାବଶେଷ ତଳେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ କିଛି କମ୍ପାନି କର୍ମଚାରୀ ଓ ସ୍ଥାନୀୟ ଲୋକ ଚାପି ହୋଇ ରହିଯାଇଥିଲେ। ଖବର ପାଇ ବିଏସ୍‌ଏଫ୍‌, ଏନ୍‌ଡିଆର୍‌ଏଫ୍‌ ଏବଂ ପଞ୍ଜାବ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କୋଠା ତଳୁ ୪ ଜଣଙ୍କ ମୃତଦେହ ଉତ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର