କ୍ୟାବିନେଟ ନିଷ୍ପତ୍ତି : ସରକାର ବର୍ଷକ ପାଇଁ ୪୦ ଲକ୍ଷ ମେଟ୍ରିକ ଟନର ଚିନି ଭଣ୍ଡାର ଗଠନ କରିବେ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ୧ ବର୍ଷ ପାଇଁ ପ୍ରାୟ ୪୦ ଲକ୍ଷ ମେଟ୍ରିକ ଟନର ଏକ ଚିନି ବଫର ଷ୍ଟକ ତିଆରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅଗଷ୍ଟ୧ରୁ ୨୦୨୦ ଜୁଲାଇ ୩୧ ପର୍ଯ୍ୟନ୍ତ ଏହା ତିଆରି ହେବ । କେନ୍ଦ୍ର କ୍ୟାବିନେଟ ଆଜି ଏହାକୁ ମଂଜୁରୀ ଦେଇଛନ୍ତି । ଏଥିପାଇଁ ସରକାର ପ୍ରାୟ ୧୬୭୪ କୋଟି ଟଙ୍କା ବ୍ୟୟ କରିବେ ।

ଏହା ଦ୍ୱାରା ଦେଶରେ ଚିନି ଦର ସ୍ଥିର ରହିବା ସହ ଚିନି ମିଲମାନଙ୍କ ହାତକୁ ଅର୍ଥ ଆସିବ । ଏହା ସହିତ ୨୦୧୯-୨୦ ବର୍ଷ ପାଇଁ ଆଖୁର ଏଫଆରପି (ଫେୟାର ଏଣ୍ଡ ରିମୁନରେଟିଭ ପ୍ରାଇସ) କ୍ୱିଣ୍ଟାଲ ପିଛା ୨୭୫ ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି । କ୍ୟାବିନେଟ ଏହା ଛଡା ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲକୁ ମଂଜୁରୀ ଦେଇଛି । ଏହା ଦ୍ୱାରା ଆଧାରକୁ ଏକ ପରିଚୟ ପତ୍ର ଭାବରେ ବ୍ୟବହାର କରିହେବ । ଆହୁରି ମଧ୍ୟ ସରକାରୀ ସବସିଡି ପ୍ରଦାନ ବେଳ ଆଧାରକୁ ଏକ ପରିଚୟ ଭାବେ ବ୍ୟବହାର କରାଯିବ ।

ସମ୍ବନ୍ଧିତ ଖବର