୨୦ ବର୍ଷରେ ଓଡ଼ିଶାରେ ହେବେ ଅଧିକ ଦୁଇଗୁଣ କ୍ୟାନ୍ସର ରୋଗୀ !

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଛି ଭାରତରେ କ୍ୟାନ୍ସରର ସ୍ଥିତିକୁ ନେଇ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ତାଜୁବ କରିଛି | ରିପୋର୍ଟରେ କୁହାଯାଇଛି ଯେ ପ୍ରତି ୨୦ ବର୍ଷରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ବଢ଼ିବାରେ ଲାଗିଛି, ଆଉ କ୍ୟାନ୍ସରରେ ଭାରତର ୮ଟି ରାଜ୍ୟରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |

nari.punjabkesari.in

ଜର୍ଣ୍ଣାଲ ଅଫ ଗ୍ଲୋବାଲ ଅଙ୍କୋଲୋଜିରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କୋଲକାତା ସ୍ଥିତ ଟାଟା ମେଡିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡିଶା ଓ ରାଜସ୍ଥାନରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ ବଢ଼ିବାରେ ଲାଗିଛି |

ତେବେ ରିପୋର୍ଟରେ କୁହାଯାଇଛି ଯେ ଏହି ୮ଟି ରାଜ୍ୟରେ କ୍ୟାନ୍ସର ସମ୍ବଦ୍ଧିୟ ଚିକିତ୍ସା ପାଇଁ ସେଭଳି କିଛି ସୁବିଧା ସୁଯୋଗ ମଧ୍ୟ ନାହିଁ | ଯଦି ଏହାକୁ ସମାଧାନ ନ କରାଯାଏ ତେବେ ସ୍ଥିତି ଆହୁରି ଗମ୍ଭୀର ହୋଇଯିବ ବୋଲି କୁହାଯାଇଛି | ୨୦୧୮ ମସିହାରେ ୧୧ ଲକ୍ଷ ମାମଲା ସାମ୍ନାକୁ ଆସିଥିବାବେଳେ ୨୦୪୦ ସୁଦ୍ଧା ଏହି ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଯିବ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର