ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ମେ ୨୬ରେ ପ୍ରକାଶ ପାଇବ ବୋଲି ଜାଣିବାକୁ ମିଳିଛି। ଏଥିସହିତ ଦଶମ ଶ୍ରେଣୀ ଫଳାଫଳ ମଧ୍ୟ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଅଫିସ୍ େଓ୍ଵବ୍ସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ ଶିକ୍ଷା ବର୍ଷରେ ସିବିଏସ୍ଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ମେ ଶେଷ ସପ୍ତାହରେ ପ୍ରକାଶ ପାଇଥିବା ବେଳେ ଦଶମ ଫଳାଫଳ ଜୁନ୍ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇଥିଲା।
ଚଳିତବର୍ଷ ପାଖାପାଖି ୨୮ ଲକ୍ଷ ସିବିଏସ୍ଇ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଥିବା ରେକର୍ଡ ରହିଛି। ୧୬,୩୮,୪୨୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ବାକି ଅନ୍ୟମାନେ ଦ୍ୱାଦଶ ପାଇଁ କରିଥିବା ସୂଚନା ରହିଛି।
ପରୀକ୍ଷା ଫଳାଫଳ cbse.examresults.net, cbseresults.nic.in ଏବଂ results.gov.in. େଓ୍ଵବ୍ସାଇଟ୍ରେ ଉପଲବ୍ଧ ହେବ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚଳିତବର୍ଷ ମାର୍ଚ ୫ରୁ ଏପ୍ରିଲ୍ ୧୩ ତାରିଖ ମଧ୍ୟରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ହୋଇଥିଲା।
ଫଳାଫଳ ଦେଖିବାକୁ ଚାହୁଁଥିଲେ ଉପରୋକ୍ତ େଓ୍ଵବ୍ସାଇଟ୍ରୁ ଗୋଟିଏକୁ ଖୋଲନ୍ତୁ। ସେଥିରେ ‘Class 12 Exam Results’ ରେ କ୍ଲିକ୍ କରନ୍ତୁ। ତା’ପରେ ରୋଲ୍ ନମ୍ବର ସହ ଅନ୍ୟ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ। ଆପଣଙ୍କୁ ଫଳାଫଳ ଦୃଶ୍ୟମାନ ହେବ।