ବିଜେବି କଲେଜ +୩ ପରୀକ୍ଷା ଫଳ ପ୍ରକାଶିତ, ପଦାର୍ଥ ବିଜ୍ଞାନ ଛାତ୍ରୀ ନତାଶା ନାୟକ ଶ୍ରେଷ୍ଠ ଗ୍ରାଜୁଏଟ୍‌

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ସୁପରିଚିତ ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁ ବିନାୟକ(ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଯୁକ୍ତ ୩ କଳା, ବିଜ୍ଞାନ ଓ ବାଣିଜ୍ୟ ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଚଳିତ ବର୍ଷର ବାର୍ଷିକ ପରୀକ୍ଷାରେ ପଦାର୍ଥ ବିଜ୍ଞାନ ଛାତ୍ରୀ ନାତାଶା ନାୟକ ୮୭.୯୨ ପ୍ରତିଶତ ନମ୍ବର ରଖି ଶ୍ରେଷ୍ଠ ଗ୍ରାଜୁଏଟ୍‌ ହେବାର ଗୌରବ ହାସଲ କରିଛନ୍ତି।

କଳା ସମ୍ମାନର ୧୬ଟି ବିଷୟରେ ୪୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୦୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୯୪ ଜଣ ପିଲା ଫେଲ୍‌ ହୋଇଛନ୍ତି। ବିଜ୍ଞାନ ସମ୍ମାନରେ ୨୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦୨ ଜଣ ପିଲା ପାସ କରିଥିବା ବେଳେ ୧୫ ଜଣ ଫେଲ୍‌ ହୋଇଛନ୍ତି। ସେହିଭଳି ବାଣିଜ୍ୟରେ ୨୮୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ ପିଲା ଫେଲ୍‌ ହୋଇଛନ୍ତି।

ଚଳିତ ବର୍ଷ ଯୁକ୍ତ ୩ କଳାରେ ୮୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବିଜ୍ଞାନରେ ୯୩ ପ୍ରତିଶତ ଓ ବାଣିଜ୍ୟରେ ୮୭ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ପ୍ରସନ୍ନ କୁମାର ମହାନ୍ତି, ଉପାଧ୍ୟକ୍ଷା ଡ. ରୀତା ପତି, ପରୀକ୍ଷା ନିୟନ୍ତ୍ରକ ସନ୍ଦୀପ କୁମାର ରାୟ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ନଳୀନ ପାତ୍ର କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର