ଫଟୋ ଡିଏନ୍‌ଏ ଦ୍ୱାରା ଚାଇଲ୍‌ଡ୍‌ ପର୍ଣ୍ଣ ଉପରେ କଟକଣା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗୃହମନ୍ତ୍ରାଳୟ ‘ଫଟୋଡିଏନ୍‌ଏ ହାସ୍‌ ଟୁଲ୍‌’ ଟେକ୍ନୋଲଜି ଖରିଦ କରିବ। ଇଣ୍ଟର୍‌ନେଟ୍‌ରେ ଉପଲବ୍ଧ ଚାଇଲ୍‌ଡ୍‌ ପର୍ଣ୍ଣ ଏବଂ ରେପ୍‌ ଭିଡିଓ ଉପରେ କଟକଣା କରିବା ପାଇଁ ଏଏଚ୍‌ଏ ଏବଂ ନେସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ମିସିଙ୍ଗ୍‌ ଆଣ୍ଡ୍‌ ଏକ୍ସପ୍ଲୋଏଟେଡ୍‌ ଚିଲ୍‌ଡ୍ରେନ୍‌’ ମଧ୍ୟରେ ନିରାପଦ ସଂଯୋଗ ପାଇଁ ଗୃହ ମନ୍ତ୍ରାଳୟ ଆମେରିକାର ସହାୟତା ଲୋଡ଼ିଛି।

ଅତିରିକ୍ତ ସଲିସଟର୍‌ ଜେନେରାଲ୍‌ ମନିନ୍ଦର ସିଂହ ଏମ୍‌ଏଚ୍‌ଏ ଦ୍ୱାରା ପ୍ରସ୍ତୁତ ଏ ସମ୍ବନ୍ଧୀୟ ଏକ ଆକ୍‌ସନ୍‌ ପ୍ଲାନ୍‌ ଦାଖଲ କରିଛନ୍ତି। ଏଥିରେ ଏକ ପୋର୍ଟାଲ୍‌ ତିଆରି ନିମନ୍ତେ ଯୋଜନା କରାଯାଇଛି। ଏହି ପୋର୍ଟାଲ୍‌ ସହ ଭାରତର ସବୁ ଥାନାକୁ ସଂଯୋଗ କରାଯାଇପାରିବା ସହ ଅଜ୍ଞାତ ଅଭିଯୋଗକାରୀଙ୍କୁ ଅଭିଯୋଗ ଦାଖଲ କରାଇବାରେ ସହାୟକ ହୋଇ ପାରିବ। ଏହା ଆସନ୍ତା ଜୁନ୍‌ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ।

ଫଟୋଡିଏନ୍‌ଏ ଟେକ୍‌ନୋଲଜି ଫଟୋ, ଭିଡିଓ ଏବଂ ଅଡିଓ କ୍ଲିପ୍‌ଗୁଡ଼ିକର ହାସ୍‌ ଭେଲ୍ୟୁ ଗଣନା କରି ଏକା ପ୍ରକାରର ଫଟୋ ସବୁକୁ ଚିହ୍ନଟ କରିବାରେ ସହାୟତା କରେ। ମୂଳତଃ ଏହାକୁ ଚାଇଲ୍‌ଡ୍‌ ପର୍ଣ୍ଣୋଗ୍ରାଫି ନିୟନ୍ତ୍ରଣ କରିବାକୁ ବ୍ୟବହାର କରାଯାଉଥିଲା।

ସମ୍ବନ୍ଧିତ ଖବର