କେନ୍ଦ୍ର ସରକାରଙ୍କ ଖାଲି ଜାଗା, ବଙ୍ଗଳା ଓ ଆପାର୍ଟମେଣ୍ଟକୁ ଜଗିବା ପାଇଁ ନିଯୁକ୍ତ ହେବେ ଘରୋଇ ସିକ୍ୟୁରିଟି ଏଜେନ୍ସି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କର ରହିଥିବା ବିଭିନ୍ନ ଖାଲିସ୍ଥାନ, ବଙ୍ଗଳା ଓ ଆପାର୍ଟମେଣ୍ଟଗୁଡ଼ିକୁ ଜଗିବା ଏବଂ ସେଗୁଡ଼ିକୁ ଜବରଦଖଲରୁ ମୁକ୍ତ କରି ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଏଣିକି ଘରୋଇ ସିକ୍ୟୁରିଟି ଏଜେନ୍ସିମାନଙ୍କୁ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ।

News Nation

କେନ୍ଦ୍ର ସରକାରଙ୍କର ସେଣ୍ଟ୍ରାଲ ପବ୍ଲିକ୍‌ ଓ୍ଵାର୍କସ୍‌ ଡିପାର୍ଟମେଣ୍ଟ (ସିପିଡବ୍‌ଲ୍ୟୁଡି)କୁ ଏହି ଘରୋଇ ସିକ୍ୟୁରିଟି ଏଜେନ୍ସିମାନଙ୍କୁ ନିଯୁକ୍ତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ସରକାର ଏ ବାବଦରେ ବାର୍ଷିକ ୯୩ ଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ଯୋଜନା କରିଛନ୍ତି। ତେବେ, କେନ୍ଦ୍ର ସରକାରଙ୍କର ରହିଥିବା ବିଭିନ୍ନ ଖାଲିସ୍ଥାନ, ବଙ୍ଗଳା ଓ ଆପାର୍ଟମେଣ୍ଟଗୁଡ଼ିକୁ ଜଗିବା ପାଇଁ ଘରୋଇ ସିକ୍ୟୁରିଟି ମୁତୟନ କରା ଯିବାବେଳେ ଅବସରପ୍ରାପ୍ତ ସୁରକ୍ଷା କର୍ମଚାରୀ ଓ ସେନା କର୍ମଚାରୀଙ୍କୁ ପ୍ରାଥମିକତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର