ଅଗଷ୍ଟ ୨୦ରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଚନ୍ଦ୍ରଯାନ-୨

ଚେନ୍ନାଇ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ କାର୍ଯ୍ୟକ୍ରମରେ ଗତ ସୋମବାର ଦିନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଚନ୍ଦ୍ରଯାନ-୨ ଆସନ୍ତା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ ପାଦ ଥାପିବ ବୋଲି ଆଜି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

(Photo: IANS/PIB)

ଉଲ୍ଲେଖଯୋଗ୍ୟ, ସୋମବାର ଅପରାହ୍ଣରେ ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୂୁ ଜିଏସ୍‌ଏଲ୍‌ଭି-କେ III – ଏମ୍‌ I ରକେଟ ସାହାଯ୍ୟରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣର ୧୬ ମିନିଟ ମଧ୍ୟରେ ୧୭୦ x ୪୫,୪୭୫ କିଲୋମିଟର ଯାତ୍ରାକରି ଅନ୍ତରୀକ୍ଷର କକ୍ଷ ପଥରେ ପହଞ୍ଚିଥିଲା। ପରେ ଚନ୍ଦ୍ରଯାନ-୨ ଠାରୁ ବିକ୍ରମ (ଲାଣ୍ଡର) ଅଲଗା ହୋଇ ଆଜି ଠାରୁ ଅନ୍ୟ ଏକ କକ୍ଷପଥକୁ ଆସିଯିବା ସହ ନୂତନ କକ୍ଷପଥରେ ବୁଲୁଛି। ମିଶନ ପ୍ଲାନ୍‌ ଅନୁଯାୟୀ ଆଜି ଅପରାହ୍ଣ ୨ ଠାରୁ ଅପରାହ୍ଣ ୩ଟା୩୦ ପର୍ଯ୍ୟନ୍ତ ୯୦ ମିନିଟ ମଧ୍ୟରେ ୨୪୧.୫ x ୪୫,୧୬୨ କିଲୋମିଟର ଯାତ୍ରାକରି ଅନ୍ତରୀକ୍ଷର ନୂତନ କକ୍ଷପଥରେ ପହଞ୍ଚିଛି ଚନ୍ଦ୍ରଯାନ-୨।

ISRO

ନୂତନ କକ୍ଷପଥରେ ଚନ୍ଦ୍ରଯାନ-୨ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୁଲିବା ପରେ ୨୬ ତାରିଖ ରାତି ୧ଟାରୁ ୨ଟା ପର୍ଯ୍ୟନ୍ତ ୬୦ ମିନିଟ କାଳ ୨୬୨.୯x ୫୪,୮୪୮ କିଲୋମିଟର ଯାତ୍ରାକରି ଆଉ ଏକ କକ୍ଷପଥକୁ ଯିବ। ସେହିପରି ଜୁଲାଇ ୨୯ ତରିଖରେ ଅପରାହ୍ଣ ୩ଟା ଠାରୁ ୪ଟା ପର୍ଯ୍ୟନ୍ତ ୬୦ମିନିଟ କାଳ ୨୧.୬ x ୭୧୩୪.୧ କିଲୋମିଟର ଯାତ୍ରାକରି ଅନ୍ୟ ଏକ କକ୍ଷପଥରେ ପହଞ୍ଚିବ। ଏହାପରେ ଅଗଷ୍ଟ ୨ ତାରିଖ ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ୬୦ ମିନିଟ କାଳ ଯାତ୍ରାକରି କକ୍ଷପଥର ୨୩୩.୨ x ୧,୪୩,୯୫୩ କିଲୋମିଟରରେ ପହଞ୍ଚିବ। ପରେ ଶେଷଥର ପାଇଁ ଅଗଷ୍ଟ ୧୪ ତାରଖରେ ରାତି ୩ଟାରୁ ୪ଟା ପର୍ଯ୍ୟନ୍ତ ୬୦ ମିନିଟ କାଳ ଯାତ୍ରାକରି କକ୍ଷପଥର ୨୭୮.୪ x ୪,୧୨,୫୦୫ କିଲୋମିଟରରେ ପହଞ୍ଚିବା ସହ ଚନ୍ଦ୍ରର କକ୍ଷପଥରେ ପହଞ୍ଚିଯିବ।

ISRO

ପରବର୍ତ୍ତୀ ସମୟରେ ୧୪ ଅଗଷ୍ଟ ଠାରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଚନ୍ଦ୍ର କକ୍ଷପଥରେ ବୁଲିବା ପରେ ବିକ୍ରମ ଠାରୁ ଲାଣ୍ଡର ଅଲଗା ହୋଇ ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ।

ସମ୍ବନ୍ଧିତ ଖବର