କାଶ୍ମୀର ଯୁବକମାନେ ପୁଲଓ୍ଵାମା ଆକ୍ରମଣ କରିଥିଲେ, ଅଯଥାରେ ପାକିସ୍ତାନକୁ ବଦନାମ କରାଯାଉଛି : ଇମ୍ରାନ

ଓ୍ଵାସିଂଟନ : ଗତ ଫେବ୍ରୁଆରୀରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ସ୍ଥାନୀୟ ଅସନ୍ତୁଷ୍ଟ କାଶ୍ମିରୀ ଯୁବକମାନେ ଘଟାଇଥିଲେ । ଜୈସ-ଇ-ମହମ୍ମଦ ମଧ୍ୟ ଏହାକୁ ଘଟାଇଥିବା ଦାବି କରିଥିଲେ ମଧ୍ୟ ଏହା ଭାରତରେ କାର୍ଯ୍ୟକରୁଥିବା ଜୈସ ଅଟେ । କିନ୍ତୁ ଏଥିପାଇଁ ଅଯଥାରେ ପାକିସ୍ତାନକୁ ବଦନାମ କରାଯାଉଛି ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି । ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରହିବ । ସେନା ହିଁ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଚଳାଇଛି । ଗିରଫ ଆତଙ୍କବାଦୀ ହାଫିଜ ସୟିଦକୁ ପୂର୍ବଥ ଭଳି ଛାଡିଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

ଗତ ଫେବ୍ରୁଆରୀ ୧୪ରେ କାଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଜଓ୍ଵାନ ସହିଦ ହୋଇଥିଲେ । ଜୈସ ଆତଙ୍କବାଦୀ ଆଦିଲ ମହମ୍ମଦ ଦର୍‌ କାରରେ ବିସ୍ଫୋରକ ଖଞ୍ଜି ସିଆରପିଏଏଫ ବସକୁ ଉଡାଇଦେବା ସହ ଗୁଳି ଚଳାଇ ଆକ୍ରମଣ କରିଥିଲା । ଏହି ଆକ୍ରମଣର ଠିକ ପରେ ପରେ ଜୈସ ପକ୍ଷରୁ ଆଦିଲ ମହମ୍ମଦ ଦରର ଏକ ଭିଡିଓ ଜାରି କରି କରାଯାଇଥିଲା । ଏହି ଆକ୍ରମଣ ପରେ ଭାରତ ସେହି ମାସ ୨୬ରେ ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ କରିଥିଲା ।

ସମ୍ବନ୍ଧିତ ଖବର