ଅଶାଳୀନ ଚାଟିଂ ସହ ମହିଳାଙ୍କୁ ନିର୍ଯାତନା ଦେବା  ମହଙ୍ଗା ପଡ଼ିଲା; ଫେସ୍‌ବୁକ୍‌ ପୋଷ୍ଟିଂରେ ଦୋଷ ସ୍ୱୀକାର ସହ କ୍ଷମା ପ୍ରାର୍ଥନା କଲେ ଜଣାଶୁଣା ଲେଖକ ଚେତନ ଭଗତ 

ନୂଆଦିଲ୍ଲୀ: ଜଣାଶୁଣା ଭାରତୀୟ ଲେଖକ ଚେତନ୍‌ ଭଗତଙ୍କ ଏକ କାରନାମାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଜନୈକା ମହିଳାଙ୍କ ସହ ଲେଖକ ଭଗତ ସୋସିଆଲ ମିଡିଆର ଚାଟିଂ ସାଇଟ୍‌କୁ ଯାଇ ତାଙ୍କ ସହ ଅଶାଳୀନ ଚାଟିଂ କରିବା ସହିତ ନିର୍ଯାତନା ଦେବା ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜାଣିବାକୁ ମିଳିଛି ଯେ ଲେଖକ ଭଗତ ଗତ କିଛି ମାସ ଧରି ଜନୈକା ମହଳାଙ୍କ ସହ ସୋସିଆଲ ମିଡିଆର ଚାଟିଂ ସାଇଟ୍‌କୁ ଯାଇ ତାଙ୍କ ସହ ଅଶାଳୀନ ଚାଟିଂ କରିବା ଆରମ୍ଭ କରିଥିଲେ। ତେବେ, ଲେଖକ ଭଗତଙ୍କ ଚାଟିଂ ଯେତେବେଳେ ସବୁ ସୀମା ସରହଦ ଟପି ନିର୍ଯାତନା ଆଡ଼କୁ ଗତି କଲା ସେତେବେଳେ ପୀଡ଼ିତା ମହିଳା ଜଣକ ଲେଖକ ଭଗତ କରିଥିବା ଚାଟିଂର ସ୍କ୍ରିନ୍‌ସର୍ଟ ନେଇ ତାକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ପରେ ଏହା ଭାଇରାଲ ହୋଇଯିବା ସହ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହି ଘଟଣା ପରେ ଲେଖକ ଭଗତ ଆଜି (ଶନିବାର) ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ଦୀର୍ଘ ପୋଷ୍ଟିଂ ଲେଖି ନିଜ ଦୋଷ ସ୍ୱୀକାର କରିବା ସହ ତାଙ୍କର ଏହି କାର୍ଯ୍ୟ ପାଇଁ ସଂପୃକ୍ତା ମହିଳାଙ୍କୁ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ଏଥିସହ ନିଜର ଏହି ଅପକର୍ମ ପାଇଁ ସେ ତାଙ୍କ ପତ୍ନୀ ଅନୁଶାଙ୍କୁ ମଧ୍ୟ କ୍ଷମା ମାଗିବା ସହ ନିଜର ଏହି କାର୍ଯ୍ୟ ପାଇଁ ଦୁଃଖିତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର