ଗଲୱାନ୍‌ ଘାଟିରେ ବଙ୍କର ନିର୍ମାଣ କରୁଛି ଚୀନ୍‌

ଗଲୱାନ ଘାଟିର ଯେଉଁ ଅଂଚଳରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା ତାହାର ଖୁବ୍‌ ନିକଟରେ ଚୀନ୍‌ ଏକ ବିଶାଳ ବଙ୍କର ନିର୍ମାଣ କରିଥିବା ଉପଗ୍ରହ ଛବିରୁ ଜଣାପଡ଼ିଛି। ଆମେରିକାର ଏକ ଗୁଇନ୍ଦା ସଂସ୍ଥା ଏ ସଂକ୍ରାନ୍ତ ସ୍ୟାଟେଲାଇଟ୍‌ ଫଟୋ ଆଜି ଜାରି କରିଛି। ଏହି ଫଟୋରୁ ସ୍ପଷ୍ଟ ଜଣାପଡ଼ିଛି ଯେ ଚୀନ୍‌ ଗଲୱାନ୍‌ର ସଂଘର୍ଷ ସ୍ଥଳ ନିକଟରେ ବଙ୍କର ଏବଂ ଘାଟି ନିର୍ମାଣ କରିଛି। ଗଲୱାନ୍‌ର ପାଟ୍ରୋଲ ପଏଣ୍ଟ୍‌ ୧୪ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଚୀନ୍‌ ଏବେ ପୂର୍ବ ଲଦାଖ୍‌ର ସମସ୍ତ ବିବାଦୀୟ ଅଂଚଳରେ ନିଜର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଛି।

ସମ୍ବନ୍ଧିତ ଖବର