ଲଦାଖ୍‌ରେ ଆଗୁଆ ଘାଟି ଗସ୍ତ କଲେ ସେନାମୁଖ୍ୟ

ନୂଆଦିଲ୍ଲୀ : ସେନାମୁଖ୍ୟ ଜେନେରାଲ ଏମ୍ଏମ୍‌ ନରବଣେ ଆଜି ପୂର୍ବ ଲଦାଖ୍‌ର ବିଭିନ୍ନ ଆଗୁଆ ଘାଟି ଅଞ୍ଚଳ ଗସ୍ତ କରିଛନ୍ତି ଏବଂ ଏଲ୍‌ଏସି ନିକଟସ୍ଥ ଆଗୁଆ ଘାଟି ଅଞ୍ଚଳରେ ସେନାର ଯୁଦ୍ଧ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ସେନାମୁଖ୍ୟ ନରବେଣ ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ୍‌ ଜେନେରାଲ ଯୋଗେଶ କୁମାର ଯୋଶୀ ଏବଂ ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏଲ୍‌ଏସି ସ୍ଥିତି ସମୀକ୍ଷା କରିଛନ୍ତି। ଚୀନ୍‌ ସେନା ସହ ଲଢ଼ିଥିବା ଯବାନମାନଙ୍କର ସାହସିକତା ପାଇଁ ନରବଣେ ଯବାନମାନଙ୍କୁ ପ୍ରଶଂସା କରି ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ଏଭଳି ଉତ୍ସାହ ଜାରି ରଖି ସେମାନେ କାମ ବଜାୟ ରଖନ୍ତୁ ବୋଲି ନରବଣେ ଯବାନମାନଙ୍କୁ କହିଛନ୍ତି ଏବଂ ‌ସେମାନଙ୍କୁ ଅଧିକ ଉତ୍ସାହିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ସେନାମୁଖ୍ୟ ନରବେଣ ଗତକାଲିଠାରୁ ୨ ଦିନିଆ ଲଦାଖ୍‌ ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ଦିନରେ ଗତକାଲି ନରବଣେ ଲେହ ସ୍ଥିତ ସାମରିକ ହସ୍ପିଟାଲ୍‌ରେ ଆହତ ଯବାନମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ କଥା ହୋଇଥିଲେ। ‌ତେବେ ଗତ ୨୨ ତାରିଖରେ ଭାରତ ଏବଂ ଚୀନ୍‌ ମଧ୍ୟରେ ହୋଇଥିବା କମାଣ୍ଡରସ୍ତରୀୟ ବୈଠକ ସମ୍ପର୍କରେ ମଧ୍ୟ ନରବେଣଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର