ପୂର୍ବତନ ଲେଫ୍‌ଟନାଣ୍ଟ ଜେନେରାଲଙ୍କ ପ୍ରବନ୍ଧ ଟ୍ବିଟ୍‌ କଲେ ରାହୁଲ

ଚୀନ୍‌ ଭାରତ ସୀମାରେ ୬୦ ବର୍ଗ କିମି ମାଡ଼ିଆସିଛି

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍‌ ସେନା ପୂର୍ବ ଲଦାଖ୍‌ରେ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ପୂର୍ବତନ ଲେଫ୍‌ଟନାଣ୍ଟ ଜେନେରାଲ ଏଚ୍‌ଏସ୍‌ ପନାଗଙ୍କ ଏକ ପ୍ରବନ୍ଧକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ୍‌ କରି କହିଛନ୍ତି ଯେ ସମସ୍ତ ଦେଶଭକ୍ତ ପନାଗଙ୍କର ଏହି ଲେଖା ପଢ଼ିବା ଆବଶ୍ୟକ । ଚୀନ୍‌ ଭାରତ ସୀମାରେ ୪୦ରୁ ୬୦ ବର୍ଗ କିଲୋମିଟର ଅଂଚଳ ଭିତରକୁ ପଶିଆସିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଭାରତ ପାଇଁ ଏହା ଏକ ବଡ଼ ଚ୍ୟାଲେଂଜ ବୋଲି ପନାଗ କହିଛନ୍ତି। ଚୀନ୍‌ ଏବେ ସୀମାରେ ସୀମିତ ଯୁଦ୍ଧ ଲଢ଼ିବା ପାଇଁ ପ୍ରସ୍ତୁତ ରହିଛି ଏବଂ ଭାରତର କୂଟନୀତି ବିଫଳ ହେଲେ ଏହା ସମସ୍ୟା ସୃଷ୍ଟି କରିବ ବୋଲି ସେ କହିଛନ୍ତି। ତେବେ ମୋଦୀ ସରକାର ଏବଂ ଭାରତୀୟ ସେନା ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ପନାଗ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର