ଭାରତ ସହ ସୀମାନ୍ତ ଯୁଦ୍ଧରେ ମାତିବା ସହ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତି ବିପଦର କାରଣ ହୋଇଛି ଚୀନ୍: ଆମେରିକୀୟ ସିନେଟର୍‌ ଜନ୍‌ କର୍ଣ୍ଣିନ୍‌

ୱାସିଂଟନ୍‌: ଚୀନ୍‌ ଭାରତ ସହ ସୀମାନ୍ତ ଯୁଦ୍ଧରେ ମାତିବା ସହ ପଡ଼ୋଶୀ ଦେଶଗୁଡ଼ିକ ପ୍ରତି ବିପଦର କାରଣ ‌ହୋଇଛି ବୋଲି ଶୀର୍ଷସ୍ତରୀୟ ‘ରିପବ୍ଲିକାନ’ ସାଂସଦ ଜନ୍‌ କର୍ଣ୍ଣିନ୍‌ ମଙ୍ଗଳବାର ଦିନ ‘ଯୁକ୍ତରାଷ୍ଟ୍ର ଆମେରିକା ସିନେଟ୍‌’କୁ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଦେଶ ସବୁ ସମ୍ମୁଖୀନ ହେଉଥିବା ଆହ୍ବାନ ପ୍ରସଙ୍ଗ ବୁଝିବା ନିମନ୍ତେ ସେ ଗସ୍ତ କରିଥିବା ନୂଆଦିଲ୍ଲୀ ଏବଂ ଦକ୍ଷିଣପୂର୍ବ ଏସିଆର ପୁଙ୍ଖାନୁପୁଙ୍ଖ ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି।

ଚୀନ୍‌ ସୃଷ୍ଟି କରୁଥିବା ଆହ୍ବାନ ସମ୍ବନ୍ଧରେ ପ୍ରତ୍ୟକ୍ଷ ଧାରଣା ପାଇବା ଲାଗି ସିନେଟର୍‌ ଜନ୍‌ କର୍ଣ୍ଣିନ୍‌ ଏବଂ ତାଙ୍କ କଂଗ୍ରେସୀୟ ସହକର୍ମୀମାନେ ଏବେ ଭାରତ ଏବଂ ଦକ୍ଷିଣପୂର୍ବ ଏସିଆ ଗସ୍ତରୁ ଫେରିଛନ୍ତି।

Image Courtesy of National Herald

ସିନେଟ୍‌ ସଦସ୍ୟମାନଙ୍କୁ କର୍ଣ୍ଣିନ୍‌ କହିଛନ୍ତି, ଚୀନ୍‌ ସୀମାନ୍ତକୁ ଲାଗିଥିବା ଦେଶଗୁଡ଼ିକ ପ୍ରତି ଗୁରୁତର ବିପଦ ରହିଥିବାରୁ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ। ସେ ଅଞ୍ଚଳରେ ବିପଦ ଏବଂ ଆହ୍ବାନ ସଂକ୍ରାନ୍ତରେ ଭଲଭାବେ ବୁଝିବା ସହ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ଲାଗି ଗତ ସପ୍ତାହରେ ମୁଁ କଂଗ୍ରେସୀୟ ପ୍ରତିନିଧି ଦଳର ନେତୃତ୍ବ ନେବାର ସୁଯୋଗ ପାଇଁ ଦକ୍ଷିଣପୂର୍ବ ଏସିଆ ଗସ୍ତରେ ଯାଇଥିଲି।

ଚୀନ୍‌ ଆନ୍ତର୍ଜାତିକ ଜଳରାଶିରେ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରୁଛି। ନିଜ ‌ନାଗରିକମାନଙ୍କର ବିଶେଷକରି ସଂଖ୍ୟାଲଘୁ ଉଇଘୁର୍‌ମାନଙ୍କ ମାନବ ଅଧିକାର ଉଲ୍ଲଂଘନ କରି ସେମାନଙ୍କୁ ନିର୍ଯାତନା ଦେଉଛି। ଭାରତ ସହ ସୀମାନ୍ତ ଯୁଦ୍ଧ ଚଳାଇବା ସହ ତାଇୱାନ୍‌ ଆକ୍ରମଣ କରିବାକୁ ଧମକ ଦେଉଛି।

କର୍ଣ୍ଣିନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଗସ୍ତ କାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ୟାବିନେଟ୍‌ ଅଧିକାରୀମାନଙ୍କ ସହ ଚୀନ୍‌ ପଟୁ ଥିବା ବିପଦ ସଂକ୍ରାନ୍ତରେ ଆଲୋଚନା କରିଛୁ।

ସମ୍ବନ୍ଧିତ ଖବର