ଚୀନ ସ୍ୱୀକାର କଲା, ଭାରତୀୟ ବାୟୁସେନା ଏହା ପାଇଁ ବିପଦ, ମୃତୟନ କଲା ଷ୍ଟେଲଥ ବିମାନ ଜେ-୨୦ ଚେଙ୍ଗଡୁ

ନୂଆଦିଲ୍ଲୀ : ଚୀନ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ ଭାରତୀୟ ବାୟୁସେନା ଏହା ପାଇଁ ଏକ ବିପଦ । ଭାରତୀୟ ବାୟୁସେନା ଆସାମରେ ନିଜର ସବୁଠାରୁ ଲଢୁଆ ସୁଖୋଇ-୩୦ ବିମାନ ମୃତୟନ କରିବା ପରେ ଚୀନ ମଧ୍ୟ ସୀମା ସେପଟେ ନିଜର ସବୁଠାରୁ ଆଧୁନିକ ଜେ-୨- ଚେଙ୍ଗଡୁ ମୃତୟନ କରିଛି ।

ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନର ଅତ୍ୟାଧୁନିକ ଷ୍ଟେଲଥ ବିମାନ ଜେ-୨୦ ଚେଙ୍ଗଡୁ ଚୀନର ବାୟୁ ସେନାରେ ସାମିଲ ହୋଇଛି । ଶତ୍ରୁ ପକ୍ଷକୁ ତୁରନ୍ତ ଜବାବ ଦେବାରେ ଏହାର କୌଣସି ମୁକାବିଲା ନାହିଁ ।

ଆମେରିକା ନିଜ ଇଚ୍ଛା ଅନୁସାରେ ଚୀନ ନିକଟବର୍ତ୍ତି ଅଂଚଳକୁ ଷ୍ଟେଲଥ ଏୟାରକ୍ରାଫ୍ଟ ପଠାଉଥିବାବେଳେ ଜାପାନ, ଦକ୍ଷିଣ କୋରିଆ ଓ ଭାରତ ଏପରି ଯୁଦ୍ଧ ବିମାନ କିଣୁଛନ୍ତି । ଏଣୁ ଏସବୁ ଦେଶମାନଙ୍କଠାରୁ ଚୀନ ପ୍ରତି ବିପଦ ବଢିଯାଇଛି । ତୁରନ୍ତ ସୁରକ୍ଷା ଆବଶ୍ୟକତା ମେଣ୍ଟାଇବା ପାଇଁ ଚେଙ୍ଗଡୁକୁ ସାମିଲ କରାଯାଇଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଚୀନ ସେନାର ମୁଖପତ୍ର କୁହାଯାଉଥିବା ଚାଇନା ମିଲିଟାରୀ ଅନଲାଇନରେ ମଧ୍ୟ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ପ୍ରଥମଥର ପାଇଁ ଭାରତୀୟ ବାୟୁସେନାକୁ ଚୀନ ନିଜ ପାଇଁ ଏକ ବିପଦ ବୋଲି ବିବେଚନା କରିଛି । କେବଳ ଜେ-୨୦ ନୁହେଁ ଚୀନ ଆଉ ଏକ ଷ୍ଟେଲଥ ଏୟାରକ୍ରାଫ୍ଟ ନିର୍ମାଣ କରୁଛି ଯାହାର ନାଁ ରଖାଯାଇଛି ଏଫସି-୩୧ ।

ସମ୍ବନ୍ଧିତ ଖବର