ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନିନ୍ଦା କରିବା ସହ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦେଉଥିବା ପାଣ୍ଠିକୁ ବୃଦ୍ଧି କରିବା ପାଇଁ ସଙ୍କେତ ଦେଲା ଚୀନ

ନୂଆଦିଲ୍ଲୀ: କୋଭିଡ୍-୧୯ କ୍ଷେତ୍ରରେ ‘କୁପରିଚାଳନା’ କରିଥିବାରୁ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଆମେରିକା ଦେଉଥିବା ପାଣ୍ଠି ଅଟକାଇ ଦେଇଥିଲେ। ସେ କହିଥିଲେ ଯେ, ଚୀନ୍‌ ଊହାନରୁ କରୋନାଭାଇରସ୍ କୋଭିଡ୍-୧୯ ଆତ୍ମପ୍ରକାଶ କରି ସଂକ୍ରମଣ ହେବା ଘଟଣାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବ୍ୟାପକ କୁପରିଚାଳନା କରି ଅସଲ ତଥ୍ୟକୁ  ଲୁଚାଇବାକୁ ଉଦ୍ୟମ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏସବୁ କାର୍ଯ୍ୟକଳାପର ସମୀକ୍ଷା ହେବାଯାଏଁ ଆମେରିକା ଦେଉଥିବା ପାଣ୍ଠି ବନ୍ଦ ରହିବ। ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଦେଉଥିବା ପାଣ୍ଠି ବନ୍ଦ କରିବା ଲାଗି ଘୋଷଣା ପରେ ଏହାକୁ ତୀବ୍ର ସମାଲୋଚନା କରିଛି ଚୀନ |

Analysis: There's talk of a new Cold War. But China is not the ...
YonwurenMedia

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଁ ଅର୍ଥ ସ୍ଥଗିତ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ଚୀନ୍ ବୁଧବାର ଦିନ ଗୁରୁତର ଚିନ୍ତା ପ୍ରକଟ କରିବା ସହ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସିରେ ଏହାର ଆର୍ଥିକ ଅବଦାନ ବୃଦ୍ଧି କରିବାକୁ ସଂକେତ ଦେଇଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଆର୍ଥିକ ସହାୟତା ବନ୍ଦ କରିବା ନେଇ ଆମେରିକାର ଘୋଷଣା ପରେ ଚୀନ୍ ଗୁରୁତର ଚିନ୍ତା ପ୍ରକଟ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ଏହାର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଇସଙ୍କୁ ସମର୍ଥନ କରି ଜାଓ କହିଛନ୍ତି ଯେ, ବିଶ୍ବ ତଥା ଜନସ୍ୱାସ୍ଥ୍ୟ ନିରାପତ୍ତାରେ ସବୁଠାରୁ ପ୍ରାଧିକୃତ ତଥା ବୃତ୍ତିଗତ ଆନ୍ତର୍ଜାତୀୟ ସଂଗଠନ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ଜନିତ ସଙ୍କଟର ମୁକାବିଲା କରିବାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏକ ଅପୂରଣୀୟ ଭୂମିକା ଗ୍ରହଣ କରିଥାଏ।

Trump Dubs COVID-19 'Chinese Virus' Despite Hate Crime Risks
Khaosod English

ଡକ୍ଟର ଟେଡ୍ରୋସଙ୍କ ନେତୃତ୍ୱରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାର ଦାୟିତ୍ୱ ସଠିକ ଭାବରେ ପୂରଣ କରୁଛି ଏବଂ ଆନ୍ତର୍ଜାତୀୟ ଉଦ୍ୟମକୁ ସମନ୍ୱିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି, ଯାହା ଆନ୍ତର୍ଜାତୀୟ ସମୁଦାୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋଲି ସେ କହିଛନ୍ତି। ଆମେରିକାର ଏହି ନିଷ୍ପତ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କ୍ଷମତାକୁ ଦୁର୍ବଳ କରିବ ଏବଂ ଆନ୍ତର୍ଜାତୀୟ ସହଯୋଗକୁ କ୍ଷୁର୍ଣ୍ଣ କରିବ” ବୋଲି ସେ କହିଛନ୍ତି।

ଜାଓ କହିଛନ୍ତି ଯେ, ଏହା ଆମେରିକା ସମେତ ସମସ୍ତ ଦେଶକୁ ପ୍ରଭାବିତ କରିବ | ଆମେ ଆମେରିକାକୁ ଅନୁରୋଧ କରୁଛୁ ଯେ, ଏଭଳି ପାଣ୍ଠି ଦେବା ବନ୍ଦ କରିବା ପରିବର୍ତ୍ତେ କୋଭିଡ-୧୯ ସହ ଲଢ଼ିବାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ସମର୍ଥନ କରନ୍ତୁ | ଆନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ତଥା ମହାମାରୀ ବିରୋଧୀ ଯୁଦ୍ଧରେ ଚୀନ୍ ସର୍ବଦା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ସମର୍ଥନ କରିବ ବୋଲି ସେ କହିଛନ୍ତି। ଏହା ସହ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ପୂର୍ବରୁ ଦେଉଥିବା ପାଣ୍ଠିକୁ ଏବେ ବଢାଇବା ପାଇଁ ସଂକେତ ଦେଇଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ |

ସମ୍ବନ୍ଧିତ ଖବର