ବିହାର ରାଜନୀତିରେ ହାଇଡ୍ରାମା: ବିରୋଧ କରୁଥିବା ପଶୁପତି ପାରସଙ୍କ ସମେତ ୫ ସାଂସଦଙ୍କୁ ଏଲଜେପିରୁ ନିଲମ୍ବିତ କଲେ ଚିରାଗ ପାସୱାନ୍‌

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଦଳିତ ନେତା ରାମ ବିଳାସ ପାସୱାନ୍‌ଙ୍କ ଦ୍ବାରା ସଂସ୍ଥାପିତ ବିହାରର ‘ଲୋକ ଜନଶକ୍ତି ପାଟି’ (ଏଲ୍‌ଜେପି)ରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏଲଜେପିରେ ଲାଗିଥିବା କନ୍ଦଳ ଭିତରେ ଚିରାଗ ପାସୱାନ ଆଜି ପାଞ୍ଚ ଜଣ ବିଦ୍ରୋହୀ ସଦସ୍ୟଙ୍କୁ ଏଲଜେପିରୁ ନିଲମ୍ବିତ କରିଛନ୍ତି | ଗତକାଲି ସମ୍ପ୍ରତି ବିହାର ହାଜିପୁର ଲୋକସଭା ଆସନର ପ୍ରତିନିଧିତ୍ବ କରୁଥିବା ପଶୁପତି କୁମାର ପାରସ୍‌ଙ୍କୁ ‘ଏଲ୍‌ଜେପି’ର ପ୍ରାୟ ୫ଜଣ ସାଂସଦ ଔପଚାରିକ ଭାବେ ସଂସଦୀୟ ଦଳର ନୂତନ ନେତା ଭାବେ ଚୟନ କରିଥିଲେ। ଏହାକୁ ବିରୋଧ କରି ଆଜି ଚିରାଗ ପାସୱାନ ୫ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି |

ନିଲମ୍ବିତ ହୋଇଥିବା ୫ଜଣ ସାଂସଦ ହେଲେ ପଶୁପତି କୁମାର ପାରସ୍‌, ପ୍ରିନ୍ସ ରାଜ, ଚନ୍ଦନ ସିଂ, ବୀଣା ଦେବୀ ଏବଂ ମେହବୁବ ଅଲି କେଶର। ଦଳର ଜାତୀୟ କାର୍ଯ୍ୟନିର୍ବାହୀଙ୍କର ଏକ ଭର୍ଚୁଆଲ୍ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା | ହେଲେ ପାଞ୍ଚଜଣ ସାଂସଦଙ୍କୁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ସେମାନେ ଉତ୍ତର ନ ଦେବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ୫ଜଣଙ୍କୁ ନିଲମ୍ବିତ କରିବା ପରେ ବୁଧବାର ଅପରାହ୍ନ ୧ଟାରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ସାଂସଦ ତଥା ଏଲଜେପି ନେତା ଚିରାଗ ପାସୱାନ୍ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାପଡିଛି।

Chirag Paswan on Tuesday suspended five rebel MPs from Lok Janshakti Party.
indiatoday.in

ଦଳର ସଭାପତି ପଦରୁ ତାଙ୍କୁ ହଟାଇ ଦିଆଯାଇଥିବା ଖବର ଆସିବା ପରେ ଏହି ଖବର ଆସିଛି। ସୂଚନା ମିଳିଥିଲା ଯେ, ସୁରଜ ଭାନ ଏଲଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ମନୋନିତ ହୋଇଛନ୍ତି। ତାଙ୍କୁ ପାଞ୍ଚ ଦିନ ମଧ୍ୟରେ ନୂତନ ସଭାପତିଙ୍କ ପାଇଁ ନିର୍ବାଚନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର