ଗର୍ଭିଣୀ ହାତୀ ‘ବିନାୟକି’ର ମୃତ୍ୟୁ ଅନ୍ତରାଳେ, ସାମ୍ପ୍ରଦାୟିକ ରାଜନୀତି ବି ଦାନା ବାନ୍ଧୁଛି

ପଲକ୍କଡ଼(କେରଳ): କେରଳର ପଲକ୍କଡ଼ରେ ବାଣଭର୍ତ୍ତି ସପୁରୀ ଖାଇ ଏକ ଗର୍ଭିଣୀ ହାତୀର ମୃତ୍ୟୁକୁ କେନ୍ଦ୍ର କରି ସାଧାରଣରେ ଗଭୀର କ୍ଷୋଭ ପ୍ରକାଶ ପାଇଥିବା ବେଳେ ନିରୀହ ‘ବିନାୟକି’ର ମୃତ୍ୟୁର କାରଣ ସମ୍ପର୍କରେ ଏବେ ଠୋସ୍‌ ସୂଚନା ମିଳିବାରେ ଲାଗିଛିା ଏହି ଅବସରରେ ପଲକ୍କଡ଼ ପୁଲିସ ଜଣେ ପ୍ରକୃତ ହତ୍ୟାକାରୀକୁ ଗିରଫ କରିବା ସହ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି ଏବଂ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ଲାଗି ଚଢ଼ଉ ଜାରି ରହିଛି।

ଗତ ୨୫ ତାରିଖରେ ପଲକ୍କଡ଼ଠାରୁ ୬୦ କିମି ଦୂର ବେଲିଆର୍ ନଦୀର ତାୟାମକୁଣ୍ତୁ ଇଲାକାରେ ହିଁ ଉକ୍ତ ଗର୍ଭିଣୀ ହାତୀଟିକୁ ଲୋକେ ଦେଖିଥିଲେ। ଆହତଜନିତ ଭୀଷଣ ଯନ୍ତ୍ରଣା ଯୋଗୁଁ ସେ ଚଳପ୍ରଚଳ କରିପାରୁନଥିବା ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲୋ ହାତୀର ମୁହଁରୁ ଅନବରତ ରକ୍ତ ଝରୁଥିଲା ା ତା’ ପରଦିନ ଭୋର୍ ୪ଟା ବେଳକୁ ହାତୀଟି ନଦୀଭିତରେ ସେମିତି ଛିଡା଼ ହୋଇ ରହିଥିଲା ା ଅପରାହ୍ଣ ସାଢେ଼ ଗୋଟାଏରେ ପଲକ୍କଡ଼ରୁ ଜଣେ ପ୍ରାଣୀ ଚିକିତ୍ସକ ଆସି ପରୀକ୍ଷାନିରୀକ୍ଷା କରିଥିଲେ। ତେବେ ହାତୀଟିକୁ ନିଶ୍ଚେତକ ଦେବାକୁ ସେ ନିଷ୍ପତ୍ତି ନେଇଥିଲେ ହେଁ ତାହାର ଅତ୍ୟନ୍ତ ଦୁର୍ବଳ ଅବସ୍ଥା ଯୋଗୁଁ ସେଥିରୁ ଓହରି ଯାଇଥିଲୋ ମେ ୨୭ ବେଳକୁ ହାତୀଟିର ଅବସ୍ଥା ଆହୁରି ଶୋଚନୀୟ ହୋଇପଡି଼ଥିଲା ା ସେହିଦିନ ଅପରାହ୍ଣ ୪ଟା ୧୫ରେ ହିଁ ସେ ଆଖି ବୁଜିଥିଲା ା ୨୮ ତାରିଖରେ ଏକ କ୍ରେନ୍ ସାହାଯ୍ୟରେ ପାଣିରୁ କାଢ଼ି ତାହାର ବ୍ୟବଚ୍ଛେଦ କରାଯାଇଥିଲାା ପରେ ଗ୍ରାମବାସୀଙ୍କ ସୂଚନା କ୍ରମେ ସେଠାରୁ ୪ କିମି ଦୂର ଚୈଲିକାଲ୍ରୁ ଭିସେଣ୍ଟ୍ ନାମକ ଜଣେ କଦଳୀଚାଷୀଙ୍କୁ ପୁଲିସ ଗିରଫ କରିଥିଲାା ପୂର୍ବରୁ ଭିସେଣ୍ଟ୍ର କଦଳୀ ବଗିଚାରୁ ସ୍ଥାନୀୟ ଲୋକେ ଏକ ବାଣଭର୍ତ୍ତି ନଡ଼ିଆ ପାଇଥିବାରୁ ସେଥିଯୋଗୁଁ ‘ବିନାୟକି’ର ମୃତ୍ୟୁ ଘଟିଥିବା ସେମାନେ ସନ୍ଦେହ କରିଥିଲେ ା ଅପରପକ୍ଷେ, ଓ ପି କୁଞ୍ଜନି ନାମକ ଉକ୍ତ କଦଳୀ ବଗିଚାର ପ୍ରକୃତ ମାଲିକ ଘଟଣା ପରଠାରୁ ନିଜର ପୁଅ ସହ ଫେରାର୍ ହୋଇଯାଇଛି।

ଏଣେ ତିନି ଦିନ ତଳେ ଯେତେବେଳେ ଗର୍ଭିଣୀ ‘ବିନାୟକି’ର ହୃଦୟ ବିଦାରକ ମୃତ୍ୟୁ ଖବର ବ୍ୟାପିଗଲା, ପ୍ରଥମେ ତାହା ମଲ୍ଲପୁରମ୍ ଅ‌ଂଳରେ ବୋଲି ଶୁଣାଯାଇଥିଲାା ମାତ୍ର କେରଳ ସରକାର ଘଟଣାସ୍ଥଳକୁ ପଲକ୍କଡ଼ ଅନ୍ତର୍ଗତ ବୋଲି ସ୍ପଷ୍ଟ କରିଥିଲୋ ତେବେ ଏହାକୁ ନେଇ ସାଧାରଣରେ ବିଭ୍ରାନ୍ତି ଆରମ୍ଭ ହେବା ସହ ହାତୀ ମୃତ୍ୟୁ ସହିତ ସାମ୍ପ୍ରଦାୟିକତା ମଧ୍ୟ ଯୋଡି଼ହୋଇଯାଇଥିଲା ା ପଲକ୍କଡ଼ରେ ମୋଟ ଜନସଂଖ୍ୟାର ୬୮% ହିନ୍ଦୁ, ୨୮% ମୁସଲିମ୍ ଓ ୪% ଅନ୍ୟ ସମ୍ପ୍ରଦାୟର ହୋଇଥିବା ବେଳେ ମଲ୍ଲପୁରମ୍‌ରେ ୭୦% ମୁସଲିମ୍, ୨୭% ହିନ୍ଦୁ ଓ ୩% ଅନ୍ୟ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ସୁତରାଂ ହାତୀଟିର ହିନ୍ଦୁବହୁଳ ଅ‌ଳରେ ନା ମୁସଲିମ୍ ବହୁଳ ଅ‌ଳରେ ମୃତ୍ୟୁ ହେଲା, ତାହାକୁ କେନ୍ଦ୍ର କରି ଚାପା ଉେତ୍ତଜନା ମଧ୍ୟ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର