କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ଘଂଟା ପ୍ରତି ୧୨ମିନିଟକୁ ବୃଦ୍ଧି କରିବା ଲାଗି ପ୍ରସ୍ତାବ ରହିଛି : ପ୍ରକାଶ ଜାଭେଦକର
ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି କହିଛନ୍ତି ଯେ, କମ୍ୟୁନିଟି ରେଡିଓରେ ବିଜ୍ଞାପନ ପ୍ରସାରଣ ସମୟ ବର୍ତ୍ତମାନ ପ୍ରଚଳିତ ଘଂଟାପ୍ରତି ୭ ମିନିଟରୁ ୧୨ ମିନିଟକୁ ବୃଦ୍ଧି କରିବା ଲାଗି ସେ ଆଗ୍ରହୀ ଅଛନ୍ତି । ଯାହାଦ୍ୱାରା ରେଡିଓକୁ ଟିଭି ଚ୍ୟାନେଲ ସହିତ ସମାନ କରାଯାଇପାରିବ । ଦେଶର ସମସ୍ତ କମ୍ୟୁନିଟି ରେଡିଓ ଷ୍ଟେସନର ଶ୍ରୋତାମାନଙ୍କୁ ଉଦବୋଧନ ଦେଇ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ।
Sambad is now on WhatsApp
Join and get latest news updates delivered to you via WhatsApp
ଜାଭେଦକର କରିଥିଲେ ଯେ, କମ୍ୟୁନିଟି ରେଡିଓ ଷ୍ଟେସନ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ବୃହତ ଭାଗ ୭୫% ବ୍ୟୟଭାର ବହନ କରିଥାନ୍ତି । ଦୈନନ୍ଦିନ କାର୍ଯ୍ୟର ଖର୍ଚ୍ଚ ଷ୍ଟେସନ ବହନ କରିଥାଏ । ବର୍ତ୍ତମାନ ଟିଭି ଚ୍ୟାନେଲଗୁଡ଼ିକ ପ୍ରତି ୧ ଘଂଟାରେ ୧୨ ମିନିଟ ବିଜ୍ଞାପନ ପ୍ରସାରଣ କରୁଥିବା ବେଳେ କମ୍ୟୁନିଟି ରେଡିଓ ଷ୍ଟେସନଗୁଡ଼ିକ ଘଂଟାପ୍ରତି ୭ମିନିଟ ବିଜ୍ଞାପନ ପ୍ରସାରଣ କରୁଛନ୍ତି । ସମସ୍ତ ରେଡିଓ ଷ୍ଟେସନକୁ ବିଜ୍ଞାପନ ପ୍ରସାରଣ ପାଇଁ ଟିଭି ଚ୍ୟାନେଲ ସହିତ ସମାନ ସମୟ ଦେବା ଲାଗି ସେ ଆଗ୍ରହୀ ଅଛନ୍ତି ଯାହା ଫଳରେ ଏଗୁଡ଼ିକର ପାଣ୍ଠି ଆବଶ୍ୟକତା ପୂରଣ ହୋଇପାରିବ । ଏଥିସହିତ ସ୍ଥାନୀୟ ବିଜ୍ଞାପନଗୁଡ଼ିକ କମ୍ୟୁନିଟି ରେଡିଓ ଷ୍ଟେସନ ଉପରେ ଅଧିକ ନିର୍ଭରଶୀଳ ହୋଇପାରିବ ।
ପ୍ରାରମ୍ଭରେ ମନ୍ତ୍ରୀ କହିଥିଲେ ଯେ, କମ୍ୟୁନିଟି ରେଡିଓ ଏକ କମ୍ୟୁନିଟି ବା ସମୁଦାୟ ଭଳି । ଏଗୁଡ଼ିକୁ ସେ ‘ପରିବର୍ତନର ବାହକ’ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ପ୍ରତିଦିନ କମ୍ୟୁନିଟି ରେଡିଓ ଷ୍ଟେସନ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଁଚିପାରୁଛି । ଏପରି ଅଧିକ ଷ୍ଟେସନ ପ୍ରତିଷ୍ଠା ଲାଗି ମନ୍ତ୍ରାଳୟ ଯୋଜନା କରୁଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।