ପାକିସ୍ତାନ ବଜେଟ ତୁଳନାରେ ପ୍ରାୟ ୬ ଗୁଣ ଅଧିକ ହେଉଛି ମୋଦୀଙ୍କ ନୂଆ ପ୍ୟାକେଜ

ନୂଆଦିଲ୍ଲୀ: ବିଶ୍ବ ମହାମାରୀ କରୋନା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏଥିଲାଗି ସେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ୨୦ ଲକ୍ଷ କୋଟି ହେଉଛି ଭାରତର ଜିଡିପିର ୧୦ ପ୍ରତିଶତ | ଅର୍ଥାତ୍ ଭାରତୀୟ ଅର୍ଥନୀତିର ମୂଲ୍ୟ ୨୦୦ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୦-୨୧ ବର୍ଷ ପାଇଁ ଭାରତ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ବଜେଟ୍ ସ୍ଥିର କରିଛି। ବର୍ତ୍ତମାନ ଆସନ୍ତୁ ଜାଣିବା କରୋନା ସହ ଲଢ଼ିବା ପାଇଁ ଦୁନିଆର କେଉଁ ଦେଶ କେତେ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି।

ରିଲିଫ ପ୍ୟାକେଜ ପାଇଁ ଭାରତ ଜିଡିପିର ୧୦ ପ୍ରତିଶତ ଦେଇଛି। ଜାପାନ ସର୍ବାଧିକ ଜିଡିପିର ୨୧.୧ ପ୍ରତିଶତ ରିଲିଫ ପ୍ୟାକେଜ୍ ଦେଇଥିବାବେଳେ କରୋନା ଆମେରିକାରେ ସର୍ବାଧିକ ହଇଚଇ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ଆମେରିକା ଜିଡିପିର ୧୩ ପ୍ରତିଶତ ରିଲିଫ ପ୍ୟାକେଜ୍ ଦେବାକୁ ଘୋଷଣା କରିଛି। ଏଥି ସହିତ ସ୍ୱିଡେନ ଜିଡିପିର ୧୨ ପ୍ରତିଶତ ରିଲିଫ ପ୍ୟାକେଜ ଭାବରେ ଦେଇଛି।

ଏହା ବ୍ୟତୀତ ଜର୍ମାନୀରେ ଜିଡିପିର ୧୦.୭ ପ୍ରତିଶତ, ଫ୍ରାନ୍ସ ୯.୩ ପ୍ରତିଶତ, ସ୍ପେନ୍ ୭.୩ ପ୍ରତିଶତ, ଇଟାଲୀ ୫.୭ ପ୍ରତିଶତ, ବ୍ରିଟେନ ୫ ପ୍ରତିଶତ, ଚୀନ୍ ୩.୮ ପ୍ରତିଶତ ଏବଂ ଦକ୍ଷିଣ କୋରିଆ ପ୍ରାୟ ୨.୨ ପ୍ରତିଶତ କରୋନା ସହ ଲଢ଼ିବା ପାଇଁ ରିଲିଫ୍ ପ୍ୟାକେଜ୍ ଦେଇଛି । ଏହି ଘୋଷଣା ଅନୁଯାୟୀ ବିଶ୍ୱର ୫ ନମ୍ବର ସର୍ବାଧିକ ରିଲିଫ ପ୍ୟାକେଜ ଭାବରେ ଘୋଷଣା କରିବା ଦେଶରେ ଭାରତ ସାମିଲ ହୋଇପାରିଛି। ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପ୍ୟାକେଜକୁ ପାକିସ୍ତାନର ବଜେଟ ସହ ତୁଳନା କରନ୍ତି ତେବେ ଭାରତର ରିଲିଫ ପ୍ୟାକେଜ ୬ ଗୁଣ ଅଧିକ ରହିବ |ପାକିସ୍ତାନ ପ୍ରାୟ ୩.୩୦ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲା ।

ସମ୍ବନ୍ଧିତ ଖବର