ଶାହାଜାହାନପୁର : ୧୮ ସ୍କୁଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ କମ୍ପ୍ୟୁଟର ଶିକ୍ଷକ ଗିରଫ

ଶାହଜାହାନପୁର: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଥିବା ଏକ ଜୁନିୟର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ତାଙ୍କୁ ପଚରାଉଚରା କରୁଛି। ଜୁନିୟର ହାଇସ୍କୁଲର କମ୍ପ୍ୟୁଟର ଶିକ୍ଷକ ସ୍କୁଲରେ ପଢୁଥିବା ୧୮ରୁ ଅଧିକ ନିରୀହ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ସେମାନଙ୍କୁ ଲଗାତାର ହଇରାଣ କରୁଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ସ୍କୁଲ ଘେରାଉ କରି ଅଭିଯୁକ୍ତ କମ୍ପ୍ୟୁଟର ଶିକ୍ଷକଙ୍କୁ ଜୋରରେ ଧୋଇ ଦେଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

ଜଣେ ସହକାରୀ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଘଟଣାକୁ ଦମନ କରିଥିବା ଅଭିଯୋଗ ହୋଇଥିବା ବେଳେ ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ସ୍କୁଲରେ ଅଭିଯୁକ୍ତ ଶିକ୍ଷକକୁ ମାଡ଼ ମାରିଥିଲେ।

ପୁଲିସ ସୁତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ମହମ୍ମଦ ଅଲ୍ଲୀ ନାମକ ଜଣେ କମ୍ପ୍ୟୁଟର ଶିକ୍ଷକ ୧୦ରୁ ୧୨ ବର୍ଷ ବୟସର ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଝିଅମାନଙ୍କ ସହ ଭୁଲ କାମ କରିବା ପରେ ମହମ୍ମଦ ଅଲ୍ଲୀ କାହାକୁ କିଛି କହିଲେ ମାରିଦେବେ ବୋଲି ଧମକ ଦେଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର