ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିବାକୁ ଅଛି : କଂଗ୍ରେସ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କଂଗ୍ରେସ ଦୁଃଖ ପ୍ରକାଶ କରିବା ସହ ରେଳବାଇରେ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦିଆଯିବା ଉଚିତ ବୋଲି କହିଛି । ମୁଖ୍ୟ ବିରୋଧୀ ଦଳ ଆହୁରି ମଧ୍ୟ କହିଛି ଯେ ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପରେ ଅନେକ ପ୍ରଶ୍ନ ଉଠୁଛି, କିନ୍ତୁ ବର୍ତ୍ତମାନ ପ୍ରଥମ ପ୍ରାଥମିକତା ହେଉଛି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଏହି ଦୁର୍ଘଟଣା ସଂପର୍କରେ ତାଙ୍କର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିବାକୁ ଅଛି, କିନ୍ତୁ ବର୍ତ୍ତମାନ ପାଇଁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯିବା ଉଚିତ ।

ସେହିପରି ନ୍ୟାସନାଲ କନଫରେନ୍ସ (ଏନ୍ ସି) ସଭାପତି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏହି ଦୁର୍ଘଟଣା ପାଇଁ ଉତ୍ତରଦାୟିତ୍ବ ନ୍ୟସ୍ତ ହେବା ଉଚିତ୍ । ବାଲେଶ୍ୱର ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣା ସମୟରେ ଆଣ୍ଟି-କଲିକ୍ସନ୍ ଡିଭାଇସ୍ ଲଗାଯାଇଥିଲା କି ନାହିଁ ତାହାର ତଦନ୍ତ କରାଯିବା ଦରକାର ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକଟ କରିବା ସହ ସବୁ ସାଂସଦ ଗୋଟିଏ ଦିନର ଦରମା ଦାନ କରିବାକୁ ନିବେଦନ କରିଛନ୍ତି ।

 

ସମ୍ବନ୍ଧିତ ଖବର