ହଁ ! କଂଗ୍ରେସ ଆମ ଗ୍ରାହକ ଥିଲା : କେମ୍ବ୍ରିଜ଼ ଆନାଲିଟିକା ର ପୂର୍ବତନ କର୍ମଚାରୀ

ଲଣ୍ଡନ : ବ୍ରିଟିଶ ପାର୍ଲିଆମେଣ୍ଟରେ ସବୁ ସତ ଓଗାଳିଛି କେମ୍ବ୍ରିଜ଼ ଆନାଲିଟିକା । ଏହି ଡାଟା ଚୋରୀ ସମ୍ପର୍କରେ ପ୍ରଘଟ କରିଥିବା କ୍ରିଷ୍ଟୋଫର ଓ୍ଵାଇଲି କହିଛନ୍ତି ଯେ ଏହି ସଂସ୍ଥା ଭାରତରେ ମଧ୍ୟ କାମ କରୁଥିଲା । ଭାରତରେ ଏହାର ଗ୍ରାହକ ଥିଲା କଂଗ୍ରେସ ।

ବ୍ରିଟିଶ ପାର୍ଲିଆମେଣ୍ଟର ହାଉସ ଅଫ କମନ୍ସରେ ହାଜିର ହୋଇ ସେ କହିଛନ୍ତି ଯେ କେମ୍ବ୍ରିଜ଼ ଆନାଲିଟିକାର ଭାରତରେ ଏକ ଅଫିସ ଥିଲା ଓ କେତେକ କର୍ମଚାରୀ କାମ କରୁଥିଲେ । ଏ ସଂପର୍କିତ ସବୁ କାଗଜପତ୍ର ସଂସଦୀୟ କମିଟି ନିକଟରେ ପ୍ରଦାନ କରିବାକୁ ସେ ରାଜି ହୋଇଛନ୍ତି ।

କେମ୍ବ୍ରିଜ଼ ଆନାଲିଟିକାର ଜଣେ ଡାଟା ଆନାଲିଷ୍ଟ ଭାବେ କାମ କରୁଥିବା  ଓ୍ଵାଇଲି  ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏକ ବଡ଼ ଦେଶ । ଏପରିକି ଏହାର ଗୋଟିଏ ଗୋଟିଏ ରାଜ୍ୟ ବ୍ରିଟେନଠାରୁ ବଡ଼ । ଏଣୁ ଏଥିପାଇଁ ଭାରତରେ ଏକ ଅଫିସ ଖୋଲିଥିଲା ଏହି କମ୍ପାନି ।  ଏହି କମ୍ପାନି ପ୍ରାୟ ୫ କୋଟି ଫେସବୁକ ଆକାଉଣ୍ଟରୁ ତଥ୍ୟ ଚୋରୀ କରି ତାହାକୁ ରାଜନୈତିକ ପ୍ରଭାବ ପକାଇବା କାମରେ ବ୍ୟବହାର କରିଥିଲା ।   ତେବେ କଂଗ୍ରେସ ଏହି ଆରୋପକୁ ଅସ୍ୱୀକାର କରିଛି ।

 

 

 

 

ସମ୍ବନ୍ଧିତ ଖବର