ତିନି ତଲାକ ବିଲକୁ ବିରୋଧ କରିବ କଂଗ୍ରେସ, ଜେଡିୟୁ ବି ଦେବନି ସରକାରଙ୍କ ସାଥ

ନୂଆଦିଲ୍ଲୀ: ଏଥରର ସଂସଦ ଅଧିବେଶନରେ ପୁଣି ଟ୍ରିପଲ ତଲାକ ବିଲକୁ ଅଣାଯିବ ତେବେ ଏହାକୁ କଂଗ୍ରେସ ବିରୋଧ କରିବ ବୋଲି କଂଗ୍ରେସ ସ୍ପଷ୍ଟ କରିଛି | କଂଗ୍ରେସ ଗୁରୁବାର କହିଛି ଯେ ସଂସଦରେ ତିନି ତଲାକ ବିଧେୟକକୁ ବିରୋଧ କରାଯିବ | କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ବିଧେୟକର କିଛି ପ୍ରସଙ୍ଗରେ ଆଲୋଚନା ହେବା ଆବଶ୍ୟକ | ସେହିଭଳି ସରକାରଙ୍କ ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ଼ ବା ଜେଡିୟୁ ମଧ୍ୟ ଏହି ବିଧେୟକ ବିରୋଧରେ ଅଛି |

economictimes.indiatimes.com

କଂଗ୍ରେସର ରାଜ୍ୟସଭା ସଦସ୍ୟ ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ତିନି ତଲାକକୁ ନେଇ କିଛି ନିଷ୍ପତ୍ତିରେ କଂଗ୍ରେସ ପକ୍ଷରୁ ବିରୋଧ ରହିଛି | ଯଦି ସରକାର ଏସବୁ ନିଷ୍ପତ୍ତି ପୂର୍ବରୁ ମାନିନେଇଥାନ୍ତେ ତେବେ ବହୁତ ସମୟ ବଞ୍ଚିଯାଇଥାନ୍ତା | କଂଗ୍ରେସ ପକ୍ଷରୁ କୁହାଯାଇଛି ଏବେ ବି ଏଭଳି କିଛି ଆଲୋଚନା କରିବାକୁ ବାକି ରହିଯାଇଛି | ତେଣୁ କଂଗ୍ରେସ ଏହି ବିଧେୟକକୁ ବିରୋଧ କରିବ |

Ashoka News

ସେହିପରି ଜେଡିୟୁ ପକ୍ଷରୁ କୁହାଯାଇଛି ସେମାନେ ବି ଏହି ବିଲକୁ ସମର୍ଥନ କରିବେ ନାହିଁ | ଜେଡିୟୁ ପକ୍ଷରୁ କୁହାଯାଇଛି ଯେ ଏହି ବିଧେୟକ ବିରୋଧରେ ଜେଡିୟୁ ପୂର୍ବରୁ ରହିଆସିଛି | ଆଗାମୀ ଦିନରେ ବି ବିରୋଧ କରିବ | ଜେଡିୟୁର ନେତା ଶ୍ୟାମ ରଜକ କହିଛନ୍ତି ଯେ ତିନି ତଲାକ ଏକ ସାମାଜିକ ପ୍ରସଙ୍ଗ ଯାହାକୁ ସାମାଜିକ ସ୍ତରରେ ହିଁ ସମାଧାନ କରାଯିବ ଆବଶ୍ୟକ |

ସମ୍ବନ୍ଧିତ ଖବର