କେରଳ ହାଇକୋର୍ଟଙ୍କ ରାୟ: ବିବାହିତ ମହିଳାଙ୍କ ସହ ସହମତିରେ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ

ନୂଆଦିଲ୍ଲୀ : କେରଳ ହାଇକୋର୍ଟ ଆଜି ଏକ ରାୟରେ କହିଛନ୍ତି ଯେ ବିବାହିତା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ କରାଯିବାକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ନାହିଁ। କୋଲ୍ଲମର ପୁନାଲୁର ନିବାସୀ ଟିନୋ ଥଙ୍କାଚନ୍‌ (୨୫)ଙ୍କ ବିରୋଧରେ ଧାରା ୩୭୬ (ଦୁଷ୍କର୍ମ), ୪୭୦ (ପ୍ରତାରଣା) ଏବଂ ୪୯୩ ଅଧୀନରେ ରୁଜୁ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେବା ସହ ଏଭଳି ଟିପ୍ପଣୀ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଜଣେ ବିବାହିତା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିଥିବା କୁହାଯାଇଥିଲା। ସହମତିରେ ହୋଇଥିବା ଏଭଳି ସଂପର୍କକୁ ଆଇପିସିର ଧାରା ୩୭୬ ଅଧୀନରେ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ। ଏ କ୍ଷେତ୍ରରେ କୌଣସି ବିବାହ ପ୍ରତିଶ୍ରୁତି ଓ ପ୍ରତାରଣାକୁ ଆଧାର କରି ଦୁଷ୍କର୍ମ ମାମଲା ଗ୍ରହଣୀୟ ନୁହେଁ ବୋଲି ଅଦାଲତ କହିଛନ୍ତି। ଉକ୍ତ ବିବାହିତ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ଛାତ୍ରପତ୍ର ପାଇଁ ପଦକ୍ଷେପ ଜାରି ରଖିଛନ୍ତି। ଅଭିଯୁକ୍ତ ବିରୋଧରେ ମାମଲାକୁ ଖାରଜ କରି କୋର୍ଟ କହିଛନ୍ତି ଯେ ଏଭଳି କ୍ଷେତ୍ରରେ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗ ପଛରେ କୌଣସି ବଳିଷ୍ଠ ଭିତ୍ତି ନାହିଁ।

ସମ୍ବନ୍ଧିତ ଖବର