ଲଦାଖରେ ବିଶ୍ବର ସବୁଠୁ ଉଚ୍ଚ ସଡ଼କ ନିର୍ମାଣ

ନୂଆଦିଲ୍ଲୀ : ଭାରତ ଲଦାଖରେ ବିଶ୍ବର ସବୁଠୁ ଉଚ୍ଚ ସଡ଼କ ନିର୍ମାଣ କରିଛି। ପୂର୍ବ ଲଦାଖରେ ସମୁଦ୍ର ପତ୍ତନଠାରୁ ୧୯,୩୦୦ ଫୁଟ୍‌ ଉଚ୍ଚତାରେ ଏହି ସଡ଼କ ନିର୍ମାଣ କରିଛି ବିଆର୍‌ଓ (ବର୍ଡର ରୋଡ୍‌ ଅର୍ଗାନାଇଜେସନ୍‌)। ମାଉଣ୍ଟ୍‌ ଏଭରେଷ୍ଟ୍‌ ବେସ୍‌ କ୍ୟାମ୍ପ୍‌ଠାରୁ ଅଧିକ ଉଚ୍ଚତାରେ ଏହା ନିର୍ମାଣ ହୋଇଛି।

ଉମ୍‌ଲିଙ୍ଗ୍‌ଲା ପାସ୍‌ ନିକଟରେ ୧୯,୩୦୦ ଫୁଟ୍‌ ଉଚ୍ଚତାରେ ନିର୍ମାଣ ହୋଇଥିବା ଏହି ରାସ୍ତା ବଲିଭିଆରେ ୧୮,୯୫୩ ଫୁଟ୍‌ ଉଚ୍ଚତାରେ ଥିବା ଏକ ସର୍ବୋଚ୍ଚ ରାସ୍ତାର ରେକର୍ଡକୁ ଭାଙ୍ଗି ଦେଇଛି। ସରକାର ଆଜି ଏହି ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳରେ କୌଣସି ଭିତ୍ତିଭୂମି ନିର୍ମାଣ କରିବା ବହୁତ ବଡ଼ ଚ୍ୟାଲେଂଜ ଥିଲା। ଶୀତରେ ଏଠାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରି ହୋଇଯାଏ ଏବଂ ଅକ୍ସିଜେନ୍‌ ସ୍ତର ସାଧାରଣ ସ୍ଥଳଠାରୁ ୫୦ ପ୍ରତିଶତ କମ୍‌।

ସମ୍ବନ୍ଧିତ ଖବର