ଦିନକରେ ୮ ହଜାରରୁ ଅଧିକ ଆକ୍ରାନ୍ତ, ଦେଶରେ ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

୧୫.୪ ଦିନରେ ମାମଲା ଦୁଇଗୁଣ ହେଉଛି

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଗତ କିଛିଦିନ ହେଲା ହୁ ହୁ ‌େହାଇ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୮୦୦୦ରୁ ଅଧିକ ସଂକ୍ରମିତ ବାହାରିଛନ୍ତି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩ରେ ପହଞ୍ଚିଛି।

କେବଳ ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ; ମୃତକଙ୍କ ସଂଖ୍ୟା ମଧ୍ୟ ୫ ହଜାର ଅତିକ୍ରମ କରି ୫୧୬୪ ହୋଇଛି। ଗତକାଲି ଦେଶରେ ୨୬୫ ଜଣଙ୍କର କରୋନାରେ ପ୍ରାଣ ଯାଇଥିବାବେଳେ ଆଜି ୧୯୩ ଜଣଙ୍କର ମୃତ୍ୟୁ ହୋଇଛି।

Romania Insider

ମହାରାଷ୍ଟ୍ର କରୋନା ଭାୂତାଣୁରେ ସର୍ବାଧିକ ପ୍ରଭାବିତ ହୋଇଛି ଏବଂ ଏଠାରେ ଆକ୍ରାନ୍ତ ସଂଖ୍ୟା ୬୫ ହଜାର ପାର୍‌ ହୋଇଯାଇଛି। ସେଥିରୁ ପ୍ରାୟ ୩୫ ହଜାର ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ଏବଂ ରାଜ୍ୟରେ ୨୨୦୦ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଏବେ ଦିଲ୍ଲୀରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ରାଜଧାନୀରେ ୧୮୬୦୦ ମାମଲା ରହିଥିବା ବେଳେ ୧୦ ହଜାରରୁ ଅଧିକ ସକ୍ରିୟ ରୋଗୀ ଅଛନ୍ତି। କରୋନା ସଂକ୍ରମଣରେ ଗୁଜରାଟ ମଧ୍ୟ ଅଧିକ ପ୍ରଭାବିତ ହୋଇଛି। ଏହି ରାଜ୍ୟରେ ୧୬ ହଜାରରୁ ଅଧିକ ମାମଲା ରହିଛି ଏବଂ ମୃତ୍ୟୁ ସଂଖ୍ୟା ୧ ହଜାର ଅତିକ୍ରମ କରିଯାଇଛି। ତାମିଲନାଡ଼ୁରେ ୨୧ ହଜାରରୁ ଅଧିକ କରୋନା ମାମଲା ଥବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ରହିଛି।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ କରୋନା ସଂକ୍ରମଣ ଦୁଇ ଗୁଣ ହେବା ସମୟ ଏବେ ବଢ଼ି ୧୫.୪ ଦିନ ହୋଇଯାଇଛି। ପୂର୍ବରୁ ଏହା ୧୩.୩ ଦିନ ଥିଲା। ମୃତ୍ୟୁ ହାର ମଧ୍ୟ ୨.୫୫ ପ୍ରତିଶତକୁ କମି ଆସିଛି ଏବଂ ଗତ ସପ୍ତାହରେ ଏହା ୨.୮୬ ପ୍ରତିଶତ ଥିଲା। ଦେଶରେ ଆରୋଗ୍ୟ ହାର ଗତକାଲି ୪୭.୪୦ ପ୍ରତିଶତ ଥିବାବେଳେ ଆଜି ସେଥିରେ ଉନ୍ନତି ଆସି ୪୭.୭୫ ପ୍ରତିଶତ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର