ବିଶ୍ୱ କରୋନା ଆକ୍ରାନ୍ତ ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ଭାରତ, ଆମେରିକା ଶୀର୍ଷରେ

ନୂଆଦିଲ୍ଲୀ: ବିଶ୍ବରେ କରୋନା ମହାମାରୀ ଯୋଗୁଁ ସ୍ଥିତି ଦିନକୁ ଦିନ ଅତି ଭୟଙ୍କର ହୋଇ ଚାଲିଛି। ଭାରତରେ ବି କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ କରୋନା ସଂକ୍ରମଣ ତାଲିକାରେ ଗତ ଦୁଇଦିନ ତଳେ ଭାରତ ୫ମ ସ୍ଥାନରେ ଥିବା ବେଳେ ରବିବାର ଜୁନ୍‌ ୧୪ ତାରିଖରେ ଏହା ଚତୁର୍ଥ ସ୍ଥାନକୁ ଚାଲି ଯାଇଛି। ୱାଲ୍ଡୋମିଟର୍ ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୭୮ଲକ୍ଷ ୭୨ହଜାର ୬୨୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୨ହଜାର ୪୭୫ ଛୁଇଁଛି। ଏଯାବତ ବିଶ୍ୱରେ ୪୦ଲକ୍ଷ ୪୨ହଜାର ୪୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।

Home - Pehal News
pehalnews.in

ବିଶ୍ୱରେ କରୋନା ସଂକ୍ରମଣର ସବୁଠାରୁ ଅଧିକ ମାମଲା ଆମେରିକାରୁ ଆସିଛି। ଏଠାରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୪୨,୨୨୪ରେ ପହଞ୍ଚିବା ବେଳେ ବ୍ରାଜିଲ୍‌ରେ ୮୫୦,୭୯୬, ରୁଷିଆରେ ୫୨୦,୧୨୯, ଭାରତରେ ୩୨୧,୬୨୬, ଇଂଲଣ୍ଡରେ ୨୯୪,୩୭୫, ସ୍ପେନ୍‌ରେ ୨୯୦,୬୮୫, ଇଟାଲିରେ ୨୩୬,୬୫୧, ପେରୁରେ ୨୨୫,୧୩୨,ଜର୍ମାନୀରେ ୧୮୭,୪୨୩ ଓ ଇରାନ୍‌ରେ ୧୮୪,୯୫୫ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

Cape Verde arrests man linked to Venezuelan leader - Trending A to Z

ଏପଟେ ଜୁନ୍‌ ୧୪ ତାରିଖ ସୁଦ୍ଧା ସମଗ୍ର ଦେଶରେ ୩୨୦୯୨୨ ଜଣ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬୨୩୭୮ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ମୃତ୍ୟୁସଂଖ୍ୟା ୯୧୯୫ରେ ପହଞ୍ଚିଛି। ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯୩୪୮ ରହିଛି। ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ତେବେ କରୋନା ଜନିତ ମୃତ୍ୟୁସଂଖ୍ୟା କିନ୍ତୁ ୯୦୦୦ ଟପି ଯାଇଛି। ସରକାର ବି କରୋନା ଯୁଦ୍ଧର ମୁକାବିଲା ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।

ସମ୍ବନ୍ଧିତ ଖବର