ଇମ୍ରାନ୍‌ ଖାଁଙ୍କ ଭାଷଣ ଯୋଗୁଁ ପ୍ରତିବାଦ ବ୍ୟାପିବାରୁ କଶ୍ମୀରର କିଛି ଅଞ୍ଚଳରେ ପୁଣି କଟକଣା ଲାଗୁ

ଶ୍ରୀନଗର: ଶନିବାର କ୍ରମାଗତ ଦ୍ୱିତୀୟ ଦିନ ଲାଗି ଶ୍ରୀନଗର ଏବଂ କଶ୍ମୀରର କେତେକ ଅଞ୍ଚଳରେ କଟକଣା ବଳବତ୍ତର ରହିଛି।

ପୁଣି କଟକଣା ଲାଗୁ କରାଯାଇଥିବା କଥା ସକାଳେ ପୁଲିସ କିଛି ଅଞ୍ଚଳରେ ଘୋଷଣା କରିଛି। ଅଗଷ୍ଟ ୫ ତାରିଖ ଦିନ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ କରିବା ପରେ ଜାରି ହୋଇଥିବା ୧୪୪ ଧାରାକୁ ଉଲ୍ଲଂଘନ ନ କରିବାକୁ ପୁଲିସ ଜନସାଧାରଣଙ୍କୁ କହିଛି।

Image Source: India Today

କଶ୍ମୀର ପ୍ରସଙ୍ଗ ଉଠାଇ ଜାତିସଂଘ ସାଧାରଣ ପରିଷଦ୍‌ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଭାଷଣ ପରେ ଶୁକ୍ରବାର ସନ୍ଧ୍ୟାରେ କଶ୍ମୀରରେ ପ୍ରତିବାଦ ବ୍ୟାପିବା ଯୋଗୁଁ ସାନି କଟକଣା ଜାରି କରାଯାଇଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ଖାଁଙ୍କ ଭାଷଣ ପରେ ପରେ ଲୋକେ ପୁରାତନ ସହରର ରାସ୍ତାକୁ ବାହାରି ଆସି ସ୍ଲୋଗାନ୍‌ ଦେଇଥିଲେ।

ପ୍ରତିବାଦ ବ୍ୟାପିଯିବା ଆଶଙ୍କାରେ ସରକାରୀ କର୍ତ୍ତୃପକ୍ଷମାନେ ପୁନଶ୍ଚ କଟକଣା ଜାରି କରିଛନ୍ତି। କେତେକ ସ୍ଥାନରେ ପୁଲିସ ଦୋକାନ ଖୋଲାଇ ଦେଇ ନାହିଁ। ସହରର କେତେକ ସ୍ଥାନରେ ବେରିକେଡ୍‌ ଓ କଣ୍ଟା ତାର ବସାଯାଇଛି। ଅନ୍ୟ କେତେକ ସ୍ଥାନରେ ଯାନବାହନ ରଖି ରାସ୍ତା ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର