ବୌଦ୍ଧ ଭିକ୍ଷୁଙ୍କ ଦୁଷ୍କର୍ମ ଘଟଣା ସଂପର୍କରେ ଜାଣିଛି: ଦଲାଇ ଲାମା

ଆମ୍‌ଷ୍ଟରଡାମ୍‌: ବୌଦ୍ଧ ଭିକ୍ଷୁମାନଙ୍କ ଦ୍ୱାରା ୧୯୯୦ ମସିହାରୁ ଦୁଷ୍କର୍ମ କରାଯାଉଥିବା ନେଇ ମୁଁ ବହୁ ପୂର୍ବରୁ ଜାଣିଛି। ଏଥିରେ କିଛି ନୂଆ ନାହିଁ ବୋଲି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ରବିବାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦଲାଇ ଲାମାଙ୍କ ୪ ଦିନିଆ ନେଦରଲାଣ୍ଡ ଗସ୍ତ ବେଳେ ଏହି ପ୍ରସଙ୍ଗ ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ବୌଦ୍ଧ ପ୍ରଚାରକଙ୍କ ଦ୍ୱାରା ମହିଳାମାନେ ଯୌନ ଉତ୍ପୀଡ଼ନର ଶିକାର ହେଉଥିବା କୁହାଯାଇଥିଲା। ଏ ନେଇ ଜଣେ ପୀଡ଼ିତା ଦର୍ଶାଇଥିଲେ ଯେ ସେମାନେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ନିର୍ମଳ ତଥା ପବିତ୍ର ହୃଦୟରେ ଶରଣ ପଶୁଛନ୍ତି। କିନ୍ତୁ ସେମାନଙ୍କୁ ଦୁଷ୍କର୍ମ କରାଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ବୋଲି ସେ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଦଲାଇ ଲାମା କହିଛନ୍ତି, ଏହା କୌଣସି ନୂଆ କଥା ନୁହେଁ। ଏଭଳି ଘଟଣା ସଂପର୍କରେ ସେ ବହୁ ଆଗରୁ ଜାଣିଛନ୍ତି। ସେ କହିଛନ୍ତି, ଦୁଷ୍କର୍ମ ଭଳି କାଣ୍ଡ କରୁଥିବା ଲୋକମାନେ ବୁଦ୍ଧଙ୍କ ଧର୍ମବାଣୀକୁ ଖାତିର କରନ୍ତି ନାହିଁ। ବର୍ତ୍ତମାନ ଏହି ଘଟଣା ସାର୍ବଜନୀନ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର