ଅବସରପ୍ରାପ୍ତ ବ୍ରିଗେଡିୟରଙ୍କୁ ନିଜେ ହୁଇଲ ଚେୟାରରେ ନେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହଗସ୍ତ କରିଥିଲେ। ଲଦାଖର ରେଜାଙ୍ଗ ଲା ଠାରେ ଯବାନଙ୍କ ପାଇଁ ନବନିର୍ମିତ ସ୍ମାରକୀ ନିର୍ମାଣ କରାଯାଇଛି। ଯାହାର ଉଦଘଟନ ପାଇଁ ରାଜନାଥ ସିଂ ସେଠାରେ ପହଞ୍ଚିଥିଲେ। ୧୯୬୨ମସିହାରେ ହୋଇଥିବା ଯୁଦ୍ଧର ବୀର ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୋସିଆଲ ମିଡିଆରେ ରାଜନାଥ ସିଂଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାଜନାଥ ସିଂ ୧୩ କୁମାଉଁର ବ୍ରିଗେଡିୟର୍ (ଅବସରପ୍ରାପ୍ତ) ଆର.ଭି ଜାତରଙ୍କୁ ଏକ ହୁଇଲ ଚେୟାରରେ ନେଉଥିବାର ନଜର ଆସିଛନ୍ତି । ୧୯୬୨ରେ ଭାରତ-ଚୀନ୍  ଯୁଦ୍ଧ ସମମୟରେ ଆର.ଭି ଜାତର ସାହସର ସହିତ ଯୁଦ୍ଧ କରିଥିଲେ।

୧୯୬୨ ଭାରତ ଚୀନ ଯୁଦ୍ଧରେ ଲଦାଖ ସେକ୍ଟରର ଚୁସୁଲ-ଡୁଙ୍ଗଟି-ଲେହ ଅଞ୍ଚଳର ସୁରକ୍ଷା ପାଇଁ ୧୩ କୁମାଉଁ ବାଟାଲିୟନର ଚାର୍ଲି କମ୍ପାନିର ମେଜର ସୈତାନ ସିଂହଙ୍କ ସମେତ ୯୮ ଜଣ ଯବାନ ଦେଶପାଇଁ ପ୍ରାଣବଳି ଦେଇଥିଲେ। ଇତିହାସରେ ଏହା ରେଜାଙ୍ଗ୍ ଲା ଯୁଦ୍ଧ ଭାବେ ବେଶ୍ ପରିଚିତ। ଉକ୍ତ ଯୁଦ୍ଧର ୫୯ତମ ବ‌ାର୍ଷିକୀରେ ଲଦାଖରେ ନବନିର୍ମିତ ସ୍ମାରକୀସ୍ଥଳକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍‌ ବିପିନ ରାୱତ, ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି, ସେନାର ନଦର୍ଣ୍ଣ କମାଣ୍ଡର ୱାଇ କେ ଯୋଶୀ ପ୍ରମୁଖ ଉଦ୍‌ଘାଟନ କରିଥିଲେ।

ଉଭୟ ରେଜାଙ୍ଗ୍ ଲା ଏବଂ ଗଲୱାନ ସଂଘର୍ଷରେ ଦେଶପାଇଁ ପ୍ରାଣବଳି ଦେଇଥିବା ଭାରତୀୟ ସେନାର ବୀର ଯବାନଙ୍କ ପାଇଁ ଏହି ନବନିର୍ମିତ ସ୍ମାରକୀ ନିର୍ମାଣ ହୋଇଛି।୧୯୬୨ ଯୁଦ୍ଧ ସମୟରେ ମେଜର ‌ସୈତାନ ସିଂଙ୍କ ନେତୃତ୍ୱରେ ୧୩ କୁମାଉଁ ବାଟାଲିୟନର ଯବାନ ଚୀନ୍ ସେନାର ଅନେକ ସୈନ୍ୟଙ୍କୁ ନିହତ କରିଥିଲେ।

 

ପ୍ରତିରକ୍ଷା ମନ୍ତ୍ରଣାଳୟର ପିଆରଓ ଉଧମପୁର ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରାଯାଇଛି। କ୍ୟାପସନରେ ଲେଖାଯାଇଛି, “କୁମାଉଁର ୧୩ର ବ୍ରିଗେଡିୟର୍ (ଅବସରପ୍ରାପ୍ତ) ଆର.ଭି ଜାତର, ଯିଏକି ୧୯୬୨ ମସିହାରେ ଚୀନ-ଭାରତ ଯୁଦ୍ଧ ସମୟରେ ବୀରତ୍ୱର ସହ ଲଢ଼ିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ @ ରଜନନାଥସିଂହ ତାଙ୍କୁ ନେଇ ଯାଉଛନ୍ତି।

ସମ୍ବନ୍ଧିତ ଖବର