ଦିଲ୍ଲୀ ବିଧାନସଭା ନିର୍ବାଚନ: ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀରେ ଦଳର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରିବା ସହ ଚୋପ୍ରା ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀରେ କଂଗ୍ରେସର ସମସ୍ତ ୬୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କୌଣସି ଜଣେ ହେଲେ ଜିତିବାରେ ସକ୍ଷମ ହୋଇନାହାନ୍ତି। ଏଥିପାଇଁ ସୁଭାଷ ଚୋପ୍ରା ନିଜକୁ ଦାୟୀ କରିଛନ୍ତି। ପରାଜୟକୁ ସ୍ବୀକାର କରିବା ସହ ଚୋପ୍ରା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୫ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଗୋଟିଏ ହେଲେ ଆସନରେ ଜିତି ପାରିନଥିଲା।

ସମ୍ବନ୍ଧିତ ଖବର