ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯାଇଛି। ହାଇକୋର୍ଟ କହିଛନ୍ତି, ସିସୋଦିଆଙ୍କ ବିରୋଧରେ ଅତି ସାଂଘାତିକ ଅଭିଯୋଗ ରହିଛି। ମାମଲାରେ ତାଙ୍କ ବ୍ୟବହାର ଆଦୌ ଠିକ୍ ନାହିଁ। ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ତେଣୁ ତାଙ୍କୁ ଜାମିନ ଦେଇହେବନି ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ପ୍ରଥମେ ସିବିଆଇ ଚାର୍ଜସିଟ୍ରେ ଅଭିଯୁକ୍ତ ଦର୍ଶାଯାଇଥିଲା। ତେବେ ସିବିଆଇ ଦାଖଲ କରିଥିବା ଅତିରିକ୍ତ ଚାର୍ଜସିଟ୍ରେ ଦାବି ହୋଇଛି ଯେ ସିସୋଦିଆ ପ୍ରମାଣ ନଷ୍ଟ କରିବାପାଇଁ ୨ଟି ମୋବାଇଲ ଫୋନ୍ ନଷ୍ଟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ. ସିସୋଦିଆ ଫେବ୍ରୁଆରି ୨୬ରେ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ।