ବିଜେପି ଶାସିତ ରାଜ୍ୟରୁ ପଶ୍ଚିମବଙ୍ଗକୁ ସୁରକ୍ଷାବଳ ନ ଆଣିବାକୁ ତୃଣମୂଳ କଂଗ୍ରେସର ଦାବି

କୋଲକତା : ପଶ୍ଚିମବଙ୍ଗରେ ଆଗକୁ ୨ୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ତୃଣମୂଳ କଂଗ୍ରେସର ଏକ ପ୍ରତିନିଥିମଣ୍ଡଳ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ଶାସିତ ରାଜ୍ୟରୁ ସୁରକ୍ଷାବଳ ନ ଆଣିବାକୁ ଅନୁରୋଧ କରିଛି । ବିଶେଷକରି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଆଦି ବିଜେପି ବା ଏନଡିଏ ଶାସିତ ରାଜ୍ୟରୁ ସଶସ୍ତ୍ର ପୁଲିସ ନ ଆଣିବାକୁ ଦଳ ଅନୁରୋଧ କରିଛି । ଏସବୁ ରାଜ୍ୟରୁ ପୁଲିସ ଆଣିଲେ ରାଜ୍ୟରେ ନିରପେକ୍ଷ ନିର୍ବାଚନ କରିବା ସମ୍ଭବ ହେବ ନାହିଁ ।

ଦଳ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବାହାର ରାଜ୍ୟର ଅପରାଧୀମାନଙ୍କୁ ଆଣି ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅନ୍ତର୍ଗତ ନନ୍ଦିଗ୍ରାମରେ ରଖିଛନ୍ତି । ସେମାନଙ୍କୁ ତୁରନ୍ତ ଆଗୁଆ ଗିରଫ କରି ହାଜତରେ ରଖାଯାଉ ।

ସୂଚନାଯୋଗ୍ୟ ଯେ ଆସନ୍ତା ଏପ୍ରିଲ ୧ ତାରିଖରେ  ପଶ୍ଚିମବଙ୍ଗରେ ୨ୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ବହୁଚର୍ଚ୍ଚିତ ନନ୍ଦୀଗ୍ରାମ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । ଏହି ନିର୍ବାଚନ ମଣ୍ଡଳୀରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ  ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି । ଆଜି ମମତା ନନ୍ଦୀଗ୍ରମରେ ଏକ ବିଶାଳ ପଦଯାତ୍ରାରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର