ମେଟ୍ରୋରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ପାଇଁ ଘୋଷଣା କରିଥିବା ଦିଲ୍ଲୀ ସରକାରଙ୍କୁ ଏକ ବଡ଼ ଧକ୍କା ଲାଗିଛି । ଦିଲ୍ଲୀର କେଜରିଓ୍ଵାଲ ସରକାରଙ୍କ ଏହି ଯୋଜନାକୁ ନେଇ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି ।

ଏ ସଂପର୍କରେ କଡା ଟିପ୍ପଣୀ ଦେଇ କୋର୍ଟ କହିଛନ୍ତି ଯେ ସରକାରୀ ଅର୍ଥରେ ଏପରି ମାଗଣା ବାଣ୍ଟିବା କାର୍ଯ୍ୟରୁ ଦିଲ୍ଲୀ ସରକାର ଦୂରେଇ ରହିବା ଆବଶ୍ୟକ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଦିଲ୍ଲୀସରକାର ଏହାକୁ ବନ୍ଦ ନକରନ୍ତି ତେବେ କୋର୍ଟ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇପାରିବେ । ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଦିପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି ଲୋକମାନଙ୍କୁ ଦିଲ୍ଲୀ ମେଟ୍ରୋରେ ମାଗଣାରେ ଯାତ୍ରା କରିବାକୁ ସୁଯୋଗ ଦିଆଯାଏ ତେବେ ଦିଲ୍ଲୀ ମେଟ୍ରୋ କ୍ଷତି କରିବା ଆରମ୍ଭ କରିବ । ତୁମେ କାହିଁକି ଦିଲ୍ଲୀ ମେଟ୍ରୋକୁ ନଷ୍ଟ କରିବାକୁ ଚାହୁଁଛ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର