ମହାତ୍ମା ଗାନ୍ଧୀଙ୍କ ସହ ମିକି ମାଉସ ଫଟୋ ପ୍ରିଣ୍ଟ ଥିବା ଲକ୍ଷାଧିକ ଟଙ୍କାର ନକଲି ନୋଟ ଜବତ

ଚେନ୍ନାଇ: ରେଳଧାରଣାରେ ପଡିଥିଲା ଲକ୍ଷାଧିକ ଟଙ୍କାର ନକଲି ନୋଟ | ତେବେ ଏହି ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ମିକି ମାଉସ କାର୍ଟୁନ ପ୍ରିଣ୍ଟ ଥିବାର ଦେଖିବାକୁ ମିଳିଥିଲା | ତେବେ ଲକ୍ଷାଧିକ ଟଙ୍କାର ଏହି ନୋଟ କିଏ ପକାଇଥିଲା ଓ କାହିଁକି ପକାଇଥିଲା ପୁଲିସ ଏବେ ତାହାର ତଦନ୍ତ କରୁଛି | ଏହି ଘଟଣା ତାମିଲନାଡୁର ଧର୍ମପୁରୀରେ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଧର୍ମପୁରୀର ରେଳ ଟ୍ରାକରେ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ବିଛେଇ ହୋଇପଡିରହିଥିଲା | ଆଉ ଜଣେ ରେଳ କର୍ମଚାରୀ ଏହି ଘଟଣା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ | କୌତୁହଳର କଥା ଯେ ସମସ୍ତେ ଭାବିଥିଲେ ଏହି ନୋଟଗୁଡ଼ିକ ଅସଲି |

ପୁଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ପହଂଚିଥିଲେ | ଏହା ପରେ ନୋଟଗୁଡିକ ନକଲି ବୋଲି ଜଣାପଡିଥିଲା | ରେଳ କର୍ମଚାରୀ ରାମକୁମାରଙ୍କ କହିବା ମୁତାବକ ଯେତେବେଳେ ସେ ଟ୍ରାକ୍ ଯାଞ୍ଚ କରୁଥିଲେ ନୋଟ୍ ଗଦା ହୋଇଥିବାର ଦେଖିଥିଲେ | ସେ ତୁରନ୍ତ ତାଙ୍କ ଉଚ୍ଚ ପଦାଧିକାରୀଙ୍କୁ ଏହା ଜଣାଇଥିଲେ।

ସୂଚନା ପାଇବା ମାତ୍ରେ ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଦେଖିବାକୁ ମିଳିଥିଲା ଯେ ରେଳଧାରଣାରେ ବହୁ ସଂଖ୍ୟକ ୨୦୦୦ ଏବଂ ୫୦୦ ଟଙ୍କିଆ ନକଲି ନୋଟ୍ ବିଛାଯାଇଥିଲା | କେବଳ ଏତିକି ନୁହେଁ, ଏହି ନୋଟଗୁଡ଼ିକ ମଝିରେ ମିକି ମାଉସ କାର୍ଟୁନ ମଧ୍ୟ ଦେଖିବାକୁ ମିଳିଥିଲା | ବର୍ତ୍ତମାନ ରେଳବାଇ ପୁଲିସ ନୋଟ୍ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର