୧୨ରୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍‌: ଯାତ୍ରୀଙ୍କ ଲାଗି ଏସଓପି ଜାରି କଲା ଗୃହ ମନ୍ତ୍ରାଳୟ, ମାନିବାକୁ ହେବ ଏହି ସବୁ ନିୟମ

ନୂଆଦିଲ୍ଲୀ: ଦେଢ଼ ମାସ ବ୍ୟବଧାନ ପରେ ପୁଣି ଗଡ଼ିବ ଯାତ୍ରୀବାହୀ ଟ୍ରେନ୍। ଆସନ୍ତା ୧୨ ତାରିଖରୁ ପର୍ଯ୍ୟାୟ କ୍ରମେ ଯାତ୍ରୀ ଟ୍ରେନ ସେବା ଆରମ୍ଭ କରିବାକୁ ସରକାର ସ୍ଥିର କରିଛନ୍ତି। ୧୨ ତାରିଖରେ ନୂଆଦିଲ୍ଳୀରୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବ। ଏଥିରେ ଭୁବନେଶ୍ବର ପାଇଁ ମଧ୍ୟ ‌ଟ୍ରେନ ରହିଛି। ତେବେ ଯାତ୍ରୀ ଟ୍ରେନ୍ ସେବା ଆରମ୍ଭ ହେବ ପୂର୍ବରୁ ଗୃହ ମନ୍ତ୍ରଣାଳୟ ଏକ ଏସଓପି ଜାରି କରିଛନ୍ତି | ଜାରି କରାଯାଇଥିବା ଏସଓପି ଅନୁଯାୟୀ…

୧. ନିଶ୍ଚିତ ହୋଇଥିବା ଇ-ଟିକେଟ୍ ପାଖରେ ଥିଲେ ହିଁ ଯାତ୍ରୀମାନଙ୍କୁ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ |

୨. ଯାତ୍ରୀମାନଙ୍କ ସହ ଟ୍ରେନ ଚଳାଉଥିବା ଚାଳକଙ୍କୁ ମଧ୍ୟ ଷ୍ଟେସନରେ ପ୍ରବେଶ କରିବା ପାଇଁ ନିଶ୍ଚିତ ହୋଇଥିବା ଇ-ଟିକେଟ୍ ଦେଖାଇବାକୁ ପଡିବ |

Train ticket cancellation, refund rules during lockdown: Things to ...
Livemint

୩. ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବା ସହ ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ହିଁ ଯାତ୍ରା ପାଇଁ ଅନୁମତି ଦିଆଯିବ |

୪. ସମସ୍ତ ଯାତ୍ରୀଙ୍କୁ ଷ୍ଟେସନ ଏବଂ କୋଚର ପ୍ରବେଶ ଓ ପ୍ରସ୍ଥାନ ଗେଟରେ ହ୍ୟାଣ୍ଡ ସାନିଟାଇଜର ଯୋଗାଇ ଦିଆଯିବ |

୫.ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ଏବଂ ଯାତ୍ରା ସମୟରେ ସମସ୍ତ ଯାତ୍ରୀ ଫେସ୍ କଭର / ମାସ୍କ ପିନ୍ଧିବେ | ଯାତ୍ରା ବେଳେ ସାମାଜିକ ଦୂରତ୍ବକୁ ସୁନିଶ୍ଚିତ କରାଯିବ ।

୬. ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ନିଜ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ରଖାଯାଇଥିବା ସ୍ଵାସ୍ଥ୍ୟ ପ୍ରୋଟୋକଲଗୁଡି ମାନିବାକୁ ହେବ।

ସମ୍ବନ୍ଧିତ ଖବର