ପୂର୍ବ ଭାରତରେ କେଉଁଠି ଅଛି ଏୟାରବେସ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଜୁଲାଇ ୨୯ ରେ ଭାରତରେ ପହଞ୍ଚିବ, ଯାହା ଅମ୍ବାଲା ଏୟାରବେସରେ ଅବତରଣ କରିବ। ଅମ୍ବାଲା ଏୟାରବେସରେ ଭାରତୀୟ ବାୟୁସେନାରେ ରାଫେଲକୁ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ଅମ୍ବାଲା ଏୟାରବେସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅମ୍ବାଲା ଏୟାରବେସର ତିନି କିଲୋମିଟର ଅଞ୍ଚଳକୁ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏୟାରବେସର ତିନି କିଲୋମିଟର ଅଞ୍ଚଳରେ ଡ୍ରୋନ ଉଡାଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ତେବେ ଆପଣ ଜାଣିଛନ୍ତି କି ପୂର୍ବ ଭାରତରେ କେଉଁଠି ସବୁ ଏୟାରବେସ ରହିଛି | ପୂର୍ବ ଭାରତରେ ଅଗରତାଲା (ତ୍ରିପୁରା), ବାଗଡୋଗ୍ରା (ପଶ୍ଚିମବଙ୍ଗ), ବାରାପାନି (ମେଘାଳୟ), ବାରାକପୁର (ପଶ୍ଚିମବଙ୍ଗ), ଚାବୁୱା, ଦିବ୍ରୁଗଡ (ଆସାମ), ଦମଦମ (କୋଲକାତା), ହାସିମାରା (ପଶ୍ଚିମବଙ୍ଗ), ଜୋରହାଟ (ଆସାମ), କାଲିକୁଣ୍ଡା (ପଶ୍ଚିମବଙ୍ଗ), କୁମ୍ବିଗ୍ରାମ (ଆସାମ), ମୋହନବାରୀ (ଆସାମ), ମାଉଣ୍ଟେନ୍ ସେଡ (ଆସାମ), ତାୱାଙ୍ଗ (ଅରୁଣାଚଳ ପ୍ରଦେଶ), ତେଜପୁର (ଅରୁଣାଚଳ), ପାନାଗର (ପଶ୍ଚିମବଙ୍ଗ) ବାୟୁସେନା ଷ୍ଟେସନ ରହିଛି ।

ଏସବୁ ବାୟୁସେନା ଷ୍ଟେସନ ଇଷ୍ଟର୍ଣ୍ଣ ଏୟାରକମାଣ୍ଡ ଅଧୀନରେ ଆସୁଥିବାବେଳେ ଏହାର ମୁଖ୍ୟାଳୟ ମେଘାଳୟର ଶିଲୋଙ୍ଗରେ ଅଛି | ୨୭ ମଇ ୧୯୫୮ ରେ ଏହାକୁ ଆରମ୍ଭ କରାଯାଇଥିବାବେଳେ ଦେଶର ପୂର୍ବ ସୀମାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା | ୧୯୬୨ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ପରେ ପୂର୍ଣ୍ଣକାଳୀନ ଭାବେ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା |

ସମ୍ବନ୍ଧିତ ଖବର