ଭୁବନେଶ୍ବର: ବିଶ୍ୱର ପ୍ରସିଦ୍ଧ କମ୍ପାନି ରୋଲ୍ସ ରୟସ ଦୁନିଆର ସବୁଠୁ ଦ୍ରୁତ ଉଡୁଥିବା ଇଲେକଟ୍ରିକ ଉଡାଜାହାଜ ନିର୍ମାଣ କରିଛି । ଏହି ଇଲେକଟ୍ରିକ ବିମାନଟି ଘଣ୍ଟାପ୍ରତି ୬୨୩ କିଲୋମିଟର ବେଗରେ ଉଡିପାରିବ । ଆଉ ଏହାସହ ଏହି ବିମାନଟି ଆକାଶରେ ଉଡିବା ସହ ଅନେକ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିମାନର ନାଁ ସ୍ପିରିଟ ଅଫ୍ ଇନୋଭେସନ ରହିଥିବା ବେଳେ ପୂର୍ବରୁ ଘଣ୍ଟାପ୍ରତି ୨୧୨ କିଲୋମିଟର ବେଗରେ ଉଡି ରେକର୍ଡ କରିଥିବା ଇଲେକଟ୍ରିକ ବିମାନର ରେକର୍ଡ ଭାଙ୍ଗିଛି । ମାତ୍ର ୨୦୨ ସେକେଣ୍ଡରେ ୩୦୦୦ ହଜାର ମିଟର ଉଚ୍ଚକୁ ଉଠି ଆଉ ଏକ ରେକର୍ଡ ମଧ୍ୟ ସୃଷ୍ଟି କରିଛି ଏହି ବିମାନ । ପୂର୍ବରୁ ଏହି ରେକର୍ଡ ଯେଉଁ ବିମାନ ନାଁରେ ଥିଲା ତାହା ଠାରୁ ୬୦ ସେକେଣ୍ଡ କମ ସମୟରେ ୩୦୦୦ ହଜାର ମିଟର ଉପରକୁ ଉଠି ଏହି ରେକର୍ଡ ନିଜ ନାଁରେ କରିଛି ସ୍ପିରିଟ ଅଫ୍ ଇନୋଭେସନ ।
ଏହି ଇଲେକଟ୍ରିକ ବିମାନର ପରୀକ୍ଷଣ ବ୍ରିଟିଶ ସେନାର ପରୀକ୍ଷଣ ସାଇଟରେ ଗତ ନଭେମ୍ବର ୧୬ରେ କରାଯାଇଛି । ଉଡାଣ ସମୟରେ ବିମାନଟି ଘଣ୍ଟାପ୍ରତି ୬୨୩ କିଲୋମିଟର ବେଗରେ ଉଡାଣ ଭରି ରେକର୍ଡ ହାସଲ କରିଛି । ଏହି ବିମାନରେ ୪୦୦ କିଲୋୱାଟର ମୋଟର ଲାଗିଥିବା ବେଳେ ଉଚ୍ଚ କ୍ଷମତାସମ୍ପନ୍ନ ବ୍ୟାଟେରୀ ଲାଗିଛି । ଯେଉଁ ବ୍ୟାଟେରୀରେ ୭୫୦୦ ସ୍ମାର୍ଟଫୋନ ଚାର୍ଜ କରାଯାଇପାରିବ । ଏପରିକି ବିମାନର ବ୍ୟାଟେରୀ ଯେପରି ଗରମ ନହେବ ସେଥିପାଇଁ ଭିନ୍ନ ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସବୁଠୁ ବଡ କଥା ହେଲା, ଥରେ ଚାର୍ଜ କରିବା ମାତ୍ରେ ଏହା ୩୦ ମିନିଟ୍ ପର୍ଯ୍ୟନ୍ତ ଉଡାଣ ଭରିଥାଏ । କିନ୍ତୁ ଏବେ ଏହି ବିମାନରେ ଅନ୍ୟାନ୍ୟ ଜ୍ଞାନକୌଶଳର ବ୍ୟବହାର କରାଯାଉଛି ଯାହାଦ୍ୱାରା ଏହାକୁ ଥରେ ଚାର୍ଜ କରିବା ମାତ୍ରେ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।